Odiapua.com

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ନୂଆବଜାର ସ୍ଥିତ ବିଜେଡ଼ି ପାର୍ଟି ଅଫିସ ଠାରେ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱ ରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଶ୍ରୀ ସାମଲ ବିଜୁ ଜନତା ଦଳର ସମସ୍ତ ନେତୃତ୍ୱ ଓ ସକ୍ରିୟ କର୍ମୀଙ୍କୁ ସୂଚିତ କରିଛନ୍ତି ଆସନ୍ତା କାଲି ସକାଳ ୬ ଘଟିକାରେ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ(ବିଜୁ ଭବନ)ଠାରେ ପହଂଚିବା ସେଠାରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ୍ ଛକ ନିକଟରେ ପହଂଚି ଗଣ ବିକ୍ଷୋଭରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।