Odiapua.com

ଦରଖାପାଟଣା ପୂଜା କମିଟି ପକ୍ଷରୁ ନୂତନ ଦୁର୍ଗା ମଣ୍ଡପ ଉଦ୍ଘାଟନ ଉତ୍ସବ

କଟକ, ୦୯/୦୫ (ଓଡ଼ିଆ ପୁଅ) : ଦରଖାପାଟଣା ପୂଜା କମିଟି ପକ୍ଷରୁ ନୂତନ ଦୁର୍ଗା ମଣ୍ଡପ ଉଦ୍ଘାଟନ ଉତ୍ସବ ମହାସମାରୋହରେ ସଂପନ୍ନ ହୋଇଛି। ଏହି ଉପଲକ୍ଷେ ଚଳିତ ମାସ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଛଅ ଦିନ ବ୍ୟାପୀ ପୂଜାର୍ଚ୍ଚନା, ହୋମଯଜ୍ଞ ସହ ହନୁମାନ ଚାଳିଶା, ଅଷ୍ଟପ୍ରହରୀ ଓ ଓଡିଶୀ ସଂକୀର୍ତନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଚୌଦ୍ୱାର-କଟକ ବିଧାୟକ ଶ୍ରୀ ପ୍ରଭାତରଂଜନ ବିଶ୍ୱାଳ, କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ, ସାଧାରଣ ସଂପାଦକ ଶ୍ରୀ ଭିକାରୀ ଦାସ, ପୂର୍ବାଂଚଳ ଶାନ୍ତି କମିଟି ସଂପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, କଟକ ମହାନଗର ଶାନ୍ତି କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ବିଜୟ କୁମାର ଦାଶ, ଉପ-ସଭାପତି ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀ ତାପସ କୁମାର ପ୍ରହରାଜ୍, କାର୍ଯ୍ୟାଳୟ ସଂପାଦକ ଶ୍ରୀ କେଦାର ବେହେରା, ସହ-ସଂପାଦକ ଶ୍ରୀ ନରେଶଚନ୍ଦ୍ର ସାହୁ, ଡ. ଦ୍ୱିପାୟନ ପଟ୍ଟନାୟକ ଓ ଶ୍ରୀ ରବୀନ୍ଦ୍ର କୁମାର ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଦିପ୍ତ କୁମାର ସ୍ୱାଇଁ ଏବଂ ବିଶିଷ୍ଟ ସମାଜସେବୀ ଡ. କିଶନଲାଲ ଭରତିଆ, ୨୨ ଦିଗଭାଗ ସଂକୀର୍ତନ ମଣ୍ଡଳୀ ସର୍ବାଧିକାରୀ ଶ୍ରୀ ନୃସିଂହଚରଣ ସାହୁ, ଦରଖାପାଟଣା ପୂଜା କମିଟି ସଭାପତି ଶ୍ରୀ ଚିନ୍ତାମଣି ପରିଡ଼ା ଓ ସଂପାଦକ ଶ୍ରୀ ରଞ୍ଜନକୁମାର ବେଉରା ଏବଂ ଗ୍ରାମ ଅଧିକାରୀ ଶ୍ରୀ ନାରାୟଣ ପରିଡ଼ା ଓ ମହନ୍ତ ଶ୍ରୀ ସୁବାସଚନ୍ଦ୍ର ସାହୁ, ସ୍ଥାନୀୟ ଯୁବକ ସଂଘ ମୁଖ୍ୟ ଶ୍ରୀ ଦୀପୁ ବେଉରାଙ୍କ ସମେତ ଗ୍ରାମର ସମସ୍ତ ମୁରବୀ ଓ ଯୁବକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମମାନଙ୍କରେ ଗ୍ରାମବାସୀଙ୍କ ସହିତ ପ୍ରତ୍ୟହ ସହସ୍ରାଧିକ ବ୍ୟକ୍ତି ଯୋଗଦେଇ ମାଙ୍କ କୃପାଲାଭ କରିଥିଲେ।