Odiapua.com

 ଦନ୍ତା ହାତୀ ଭୟରେ ଯାଜପୁର ବାସି

ଯାଜପୁର ୨୬ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଯାଜପୁର ଜିଲ୍ଲା ଯାଜପୁର ରୋଡ,କୋରାଇ ଥାନା ରଗଡି , ପାଣିକୋଇଲି ଆନା ଶଙ୍ଖଚିଲା ଓ ଗୋଡି ପାଟଣା ଅଞ୍ଚଳରେ ଏକାଧିକ ଦନ୍ତା ହାତୀ ଗତ ୫ ଦିନ ହେଲା ପ୍ରବେଶ କରି ଧାନ ବିଲ ନଷ୍ଟ କରିବା ସହ ୨ ଜଣଙ୍କୁ ଚକଟି ମାରିଦେବା ସହ ୪ଜଣଙ୍କୁ ଗୁରୁତର ଆହତ କରିଥିବା ବନବିଭାଗ ସୁତ୍ରରୁ ଖବର ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ହାତୀକୁ ବନ ବିଭାଗ ଘୋଉଡାଇବାରେ ସକ୍ଷମ ହୋଇନଥିବା ଜଣାପଡିଛି । ଆଜି ଦାନଗଦୀ ବ୍ଲକ ମୁଣ୍ଡାସାହିରେ ଧାନ ଖାଇବା ସହ ଲୋକମାନଙ୍କର ବାସସ୍ଥାନକୁ ଭାଙ୍ଗିଥିବା ସୁଚନା ମିଳିଛି । ହାତୀ ଭୟରେ କିଛି ଲୋକ ଭିଟାମାଟି ଛାଡି ଅନ୍ୟତ୍ର ପଳାଉଥିବା ବେଳେ ପ୍ରଶାସନ ହାତୀକୁ କାବୁ କରିବାରେ ବିଫଳ ହୋଇଥିବା ଜଣାପଡିଛି ।

 

ସୁଚନାଯୋଗ୍ୟ- ପାଣିକୋଇଲି ଥାନା ଶଙ୍ଖଚିଲା ଗୋଡ଼ିପାଟଣା ଗାଁ ନିକଟସ୍ଥ ବିଲ ଭିତରୁ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ । ଈଶ୍ୱର ଦାସ(୫୫) , ଚିନ୍ତାମଣି ରାମ(୬୫), ମନୋରଞ୍ଜନ ପରମାଣିକ (୨୯) ଓ ପବନା ଗୁରୁ (୫୨)ଙ୍କ ସମେତ ଆଉ ଦୁଇଜଣ ଏହି ଜଙ୍ଗଲୀ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଈଶ୍ୱର ଦାସ ଓ ଚିନ୍ତାମଣି ରାମଙ୍କୁ ଘଟଣାସ୍ଥଳରେ ହାତୀ ଦଳି ଦେଇଥିବା ବେଳେ ମନୋରଞ୍ଜନ, ପବନା ଓ ଅନ୍ୟ ଦୁଇଜଣ ଏଥିରେ ଗୁରୁତର ଆହତ ହୋଇଥିଲେ। ଈଶ୍ୱର ଦାସ ଓ ଚିନ୍ତାମଣିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଯାଜପୁର ରୋଡ ଚିକିତ୍ସାଳୟକୁ ଆଣାଯାଇ ଥିଲେ ହେଁ ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ପ୍ରକାଶ ଯେ, ଗତ ୪ ଦିନ ଦିନ ହେଲା ଯାଜପୁର ରୋଡ, ରଗଡ଼ି ଆଖପାଖ ଅଞ୍ଚଳରେ କେତୋଟି ଜଙ୍ଗଲି ହାତୀ ପଶି ଆସି ଉପଦ୍ରବ କରିବା ସହ ଫସଲ ନଷ୍ଟ କରୁଥିଲେ। ଏହି ହାତୀକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ବି ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି।