Odiapua.com

ଦନ୍ତା ଆତଙ୍କ: ବୃଦ୍ଧ ମୃତ, ଦମ୍ପତ୍ତି ଗୁରୁତର

ରାଉରକେଲା ୨୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ରେ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ଦନ୍ତାର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ସଦର ଫରେଷ୍ଟ ରେଞ୍ଜରେ ଏକ ଦନ୍ତା ହାତୀ ୩ ଜଣଙ୍କୁ ଆକ୍ରମଣ କରିବା ସହିତ ଏକାଧିକ ଘର ଭାଙ୍ଗି ଦେଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଟିଙ୍ଗିଡ଼ିହିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ଜଣକ ଘର ବାହାରେ ଥିବାବେଳେ ଦନ୍ତାଟି ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ସବଡେଗା ହମିରପୁରରେ ହାତୀ ଆକ୍ରମଣରେ ଦମ୍ପତି କୁମାରବର ସାହୁ ଓ ତାଙ୍କ ପତ୍ନୀ ପଦ୍ମିନୀ ସାହୁ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସ୍ବାମୀ କୁମରମଣି ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ହୁଟୁପାନି ଗାଁରେ ହାତୀ ଏକାଧିକ ଘର ଭାଙ୍ଗି ଦେଇଛି। ହାତୀ ଉପଦ୍ରବକୁ ନେଇ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।