Odiapua.com

ଦଧିବାବନପୁର- ସିଙ୍ଗଡୋବ ରାସ୍ତା ଅବସ୍ଥା ଶୋଚନୀୟ

ହାଟଡ଼ିହି, ୨୫/ ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଦଧିବାବନପୁର-ସିଙ୍ଗଡୋବ ତିନି କିଲୋମିଟରରୁ ଉର୍ଦ୍ଧ ଆର.ଡି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଖାଲ ଖମା ଗୁଡିକରରେ ପାଣି ଜମି ରହିଥିବାରୁ ଲୋକମାନେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ସିଙ୍ଗଡୋବ ଗ୍ରାମର ଏକ ହଜାରରୁ ଉର୍ଦ୍ଧ ଲୋକମାନେ ନିର୍ଭର କରୁଥିବାବେଳେ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ସାଇକେଲ ଟିଏ ନେଇକରି ଯିବା ଆସିବା କରିବା ଅସମ୍ଭବ ହୋଇପଡୁଛି । ରାଜ୍ୟ ସରକାର ଏଠାରୁ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଆଦାୟ କରୁଥିବାବେଳେ ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟି ଦେଉ ନଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ସରକାର ଏହି ଆଦିବାସୀ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତା ନିର୍ମାଣ କରିବାପାଇଁ ଗ୍ରାମର କାଳନ୍ଦୀ ବେହେରା, ମଦନ ବେହେରା, ପାଣ୍ଡବ ବେହେରା, ପୁର୍ଣ୍ଣଚନ୍ଦ୍ର ଖଟୁଆ, କାଠିଆ ଖଟୁଆ, ପୁରସ୍ତମ ଦେହୁରୀ, କିର୍ତ୍ତନ ବେହେରା, କୁଳମଣୀ ନାଏକ ପ୍ରମୁଖ ଦାବି କରିଛନ୍ତି ।