Odiapua.com

ଦତ୍ତପନ୍ଥ ଠେଙ୍ଗେଡ଼ୀଙ୍କ ଜନ୍ମ ଶତ ବାର୍ଷିକୀ

ପୁରୀ ୯/୧୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦତ୍ତପନ୍ଥ ତେଙ୍ଗେଡ଼ିଙ୍କ ଜନ୍ମ ଶତ ବାର୍ଷିକୀ ସମାପନ ଉତ୍ସବ ସ୍ୱଦେଶୀ ଯାଗରଣ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରଚାରକ ସରୋଜ ମିତ୍ର, ଅଖୀଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନଦା ପ୍ରସାଦ ପାଣିଗ୍ରାହୀ, ପ୍ରାନ୍ତ ସଂଘର୍ଷ ବାହୀନ ପ୍ରମୁଖ ସଚିନନନ୍ଦନ ଦାସ, ପ୍ରାନ୍ତ ସଂଯୋଜକ ଶତୃଘ୍ନ ତରାୟୀ ଅତିଥି ଭାବେ ଯୋଗ ଦେଇ ଦୋତ୍ତପନ୍ଥଙ୍କ ସ୍ୱଦେଶୀ ଜାଗରଣ ସଂପର୍କରେ ଆଲୋକପାତ କରିଥିଲେ। ଶତୃଘ୍ନ ବଳିଆର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଶାନ୍ତ କୁମାର ଭୂୟାଁ ସଂଯୋଜନା କରିଥିଲେ। ଲକ୍ଷ୍ମୀପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁରୀ, ବ୍ରହ୍ମଗିରି ଓ ସାକ୍ଷୀଗୋପାଳର କେତେକ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।