Odiapua.com

ଦକ୍ଷିଣେଶ୍ୱରୀ କାଳୀଙ୍କ ପୀଠରେ ଗୀତାଯଜ୍ଞ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମଠସାହି ସ୍ଥିତ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ପୀଠରେ ଆଜି ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୭ଟାରୁ ଆରମ୍ଭ ହୋଇ ୨ଟାରେ ଶେଷ ହୋଇଥିଲା । ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଗୀତା ମାହାତ୍ମ୍ୟ ସମ୍ପର୍କରେ ଅବଗତ କରାଯାଇଥିବା ବେଳେ ଗୀତା ପାଠ କରାଯାଇଥିଲା । ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ ଯୁଦ୍ଧ ପାଇଁ ପ୍ରେରିତ କରିଥିଲେ ଏବଂ ସାରଥୀ ହୋଇ ତାଙ୍କର ମନୋବଳ ବୃଦ୍ଧି ଘଟାଇଥିଲେ ସେ ସମ୍ପର୍କରେ ପିଲାମାନଙ୍କୁ ଆଧ୍ୟାତ୍ମିକ ଚିନ୍ତା ଚେତନା ଜ୍ଞାନ ପ୍ରଦାନ କରାଯାଇଥିଲା । ଦେଶ ବିଜ୍ଞାନକୁ ଆବୋରି ଆଧ୍ୟାତ୍ମିକ ଚେତନାକୁ ଭୁଲି ଯାଉଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ଆହରଣ ବୟସରୁ ଏହି ଆଧ୍ୟାତ୍ମିକ ଜ୍ଞାନ ଆହରଣ କଲେ ସେମାନଙ୍କ ଭବିଷ୍ୟତ ତଥା ଦେଶର ଭବ୍ୟିତ ଉଜ୍ୱଳମୟ ହୋଇ ପାରିବ ବୋଲି ମତପ୍ରକାଶ ପାଇଥିଲା । ମନ୍ଦିରର ପ୍ରଦାନ ପୁରୋଧା ସତ୍ୟ ନାରାୟଣ ଦାସ ପିଲାମାନଙ୍କୁ ଗୀତାବାଣୀ ଶୁଣାଇଥିଲେ । ପରେ ସମସ୍ତଙ୍କୁ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା ।