Odiapua.com

ଦକ୍ଷିଣାଚଂଳ ରାଜସ୍ୱ କମିଶିନର ଙ୍କ ମାଲକାନଗିରି ଗସ୍ତ,ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି କରୋନା ସ୍ଥିତି ପରଖିଲେ

ମାଲକାନଗିରି,୩୦ା୪ (ଓଡିଆ ପୁଅ ) ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଆଜି ମାଲକାନଗିରି ଜିଲ୍ଲାଗସ୍ତ କରି ଜିଲ୍ଲା କୋଭିଡ-୧୯ ହସପିଟାଲ ପରିଦର୍ଶନ କରି କରୋନା ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ସ୍ଥିତି ପରଖିଛନ୍ତି । ଆରଡିସି ପ୍ରଥମେ ଗୋବିନ୍ଦପାଲି, ଖଇରପୁଟ, ମାଥିଲି,ପାଙ୍ଗାମ,ପାଣ୍ଡ୍ରୀପାଣି ଠାରେ ଖୋଲାଯାଇ ଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ପରିଦର୍ଶନ କରି କ୍ୱାରେଟାଂଇନ ରେ ରହିଥିବା ବ୍ୟକ୍ତିମାନଙ୍କ ସୁବିଧି ଅସୁବିଧା କଥା ପଚାରି ବୁଝିଥିଲେ । କରୋନା ମହାମାରି ସମଗ୍ର ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ଜିଲ୍ଲାର ସାତଟି ବ୍ଲକ,୧୧୧ଟି ପଚାଂୟତ ରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କ୍ୱାରେଟାଂଇନ ଗୃହ ଖୋଲାଯାଇଛି । କରୋନା ସଂକ୍ରମଣ ରୋଗୀଙ୍କ ପାଇଁ ଜିଲ୍ଲାସଦର ମହକୁମା ପୁରୁଣା ହସପିଟାଲରେ କୋଭିଡ-୧୯ ହସପିଟାଲ ପ୍ରତିଷ୍ଟା କରାଯାଇଛି । ଏହି କୋଭିଡ ହସପିଟାଲ ରେ ରୋଗୀଙ୍କୁ କିଭଳି ସୁବିଧା ମିଳିବ,କୋଭିଡ ଡାକ୍ତର ଓ ଟିମ କିଭଳି ପ୍ରସ୍ତୁତ ରହିଛନ୍ତି, ବେଡ,ଆଇସିୟୁ, ଭେଟିଂଲେଟର ବ୍ୟବସ୍ଥା ସହ ହସପିଟାଲର ଭିତି ଭୁମି କିପରି ରହିଛି ସେ ସଂପର୍କରେ ଆରଡିସି ଟି. ଆପାଙ୍ଗ ଆଓ ପରିଦର୍ଶନ କରଥିଲେ । ହସପିଟାଲର ସ୍ଥତି ଅନୁଧ୍ୟାନ କରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢୀ ଓ କୋଭିଡ ହପିଟାଲରେ କାର୍ଯ୍ୟରତ ଡାକ୍ତର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ କରୋନା ସଂକ୍ରମଣ ରୁ ରକ୍ଷାପାଇଁ କଣ କଣ ସବୁ ବ୍ୟବସ୍ଥା କରାଯାଇଛି ଆଲୋଚନା କରିଥିଲେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କମଦିନ ମଧ୍ୟରେ ସୁନ୍ଦର ଭାବେ କୋଭିଡ-୧୯ ହସପିଟାଲ ଖୋଲା ଯାଇ କରୋନା ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ଆରଡିସି ଖୁସି ହୋଇ ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିଦର୍ଶନରେ ଅନ୍ୟାନ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଡିଏଫଓ ପ୍ରଦୀପ ମିରେସ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ପିଡି ବାଳକୃଷ୍ଣ ଭୂୟାଁ,କୋଭିଡ ହସପିଟାଲ ଟିମଲିଡର ମୁଖ୍ୟଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର,ତହସିଲଦାର ଗୁଣନିଧି ନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ହସପିଟାଲ ସୁପରିଟେଣ୍ଡେଟଂ ତଥା ଅତିରିକ୍ତ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହିତ ଅନ୍ୟାନ ଡାକ୍ତର ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । କୋଭିଡ ହସପିଟାଲ ପରିଦର୍ଶନ ପରେ ମାଲକାନଗିରି ବ୍ଲକ ଗନ୍ଧିପାଲି ବିିଇଡି କଲେଜରେ ଖୋଲା ଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଓ କ୍ୱାରେଟାଂଇନ ଗୃହ ପରିଦର୍ଶନ କରିଥିଲେ ।