Odiapua.com

ଦକ୍ଷିଣକାଳୀଙ୍କ ପଣାଯାତ୍ରା ପ୍ରସ୍ତୁତି

ନୟାଗଡ଼, ୯ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ସହରରେ ବିଜେ ମା’ ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରା ୭ଦିନ ଧରି ଚାଲିବାକୁ ଥିବାବେଳେ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପ୍ରତି ଯାତ୍ରା କମିଟି ଗୁରୁତ୍ୱାରୋପ କରିଥିଲା। ମା’ଙ୍କ ପଣାରେ ସାମିଲ ହେବା ସହ ମା’ଙ୍କ କୃପା ଲାଭ କରିବା ପାଇଁ କୁହାଯାଇଛି।