Odiapua.com

ଦକ୍ଷତା ବିକାଶ ଯୋଜନା କର୍ମଶାଳା

ବାଲିଗୁଡ଼ା, ୨୯/୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ “ଶାନ୍ତିମୈତ୍ରୀ”ର ସଭାଗୃହ ପରିସର ମଧ୍ୟରେ ସମ୍ପାଦକ ତଥା ନିର୍ଦ୍ଦେଶକ ଭଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ତୁମୁଡ଼ିବନ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ତୁମୁଡ଼ିବନ୍ଧ ବ୍ଲକ୍ ବିଜେଡି ସଭାପତି ତଥା ବ୍ଲକ୍ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ତୁମୁଡ଼ିବନ୍ଧ ବ୍ଲକ୍ର ଝିରିପାଣି, ଗୁମା, ମୁଣ୍ଡିଗଡ଼ ପଞ୍ଚାୟତର ୩୧ ଜଣ ଦକ୍ଷ ମହିଳା ତାଲିମ୍ ନେଇଥିଲେ। ଏଥିରେ ପ୍ରଶିକ୍ଷକ ଭାବେ ଭୁବନେଶ୍ୱରରୁ ଆସିଥିବା ମମତା ସାମଲ, ଜଲିଲତା ବଳ ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଉଛନ୍ତି। ଶାନ୍ତିମୈତ୍ରୀର ସମ୍ପାଦକ ତଥା ନିର୍ଦ୍ଦେଶକ ଭଗବାନ ଜେନା ଉପସ୍ଥିତ ମହିଳା ମାନଙ୍କୁ ନିଜ ନିଜର ଦକ୍ଷତା ପରିମାପ କିପରି ଅଧିକରୁ ଅଧିକ ହୋଇ ପାରିବା ସହ ପ୍ରତ୍ୟେକ କ୍ଷେତ୍ରରେ ଯେପରି କାର୍ଯ୍ୟରେ ଲାଗିବ, ସେନେଇ ସମ୍ୟକ ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।