Odiapua.com

ଥାନା ହାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭଦ୍ରକ, ୪-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଥାନାରୁ ଏକ ନାବାଳିକା ଘଟଣାର ଅଭିଯୁକ୍ତ ଖସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ପଳାସପୁର ଗ୍ରାମର ଜଣେ ନାବାଳିକାକୁ ବିଜୟନଗର ପଂଚାୟତ ଗୋବିନ୍ଦପୁର ଗାଁର ଅଜୟ ନାୟକ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ପୁରୀ ଜିଲାର ନିମାପଡା ଗାଁରୁ ଗିରଫ କରି ଥାନାକୁ ଆଣିଥିଲେ। ହେଲେ ଅଭିଯୁକ୍ତ ଅଜୟ ଥାନା ହାଜତରୁ ରାତି ୩ଟାରେ ଚମ୍ପଟ ମାରିଥିଲା। ଏହି ଘଟଣାରେ ପୁଲିସ୍ ବିଭିନ୍ନ ସ୍ଥାନ ଚଢାଉ ଜାରି ରଖିଥିଲେ ମଧ୍ୟ ଅଭିଯୁକ୍ତର ସନ୍ଧାନ ପାଇପାରିନାହିଁ। ଅପରପକ୍ଷରେ ପୁଲିସ୍ ନାବାଳିକାର ଡାକ୍ତରୀ ମାଇନା କରିଥିବାବେଳେ ତାର ପରିବାର ଲୋକେ ପୁଲିସ୍ ଜାଣିଶୁଣି ଅଭିଯୁକ୍ତକୁ ଖସାଇ ଦେଇଥିବାର ଅଭିଯୋଗ କରିଛନ୍ତି। କାରଣ ଅଭିଯୁକ୍ତ ହାଜତର କଡା ସୁରକ୍ଷା ମଧ୍ୟରୁ କିରପି ଖସିଗଲା, ତାହା ସନ୍ଦେହଜନକ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।