Odiapua.com

ଥାନାରେ ୨ଭଉଣୀଙ୍କୁ ମାଡ଼:ବଦଳିଲେ ଆଇଆଇସି ବଦଳି ନୁହଁ ନିଲମ୍ବନ ଆବଶ୍ୟକ-ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଦେବଦତ୍ତ ରଥ):ଥାନା ଭିତରେ ଦୁଇ ଭଉଣୀଙ୍କୁ ମାଡ଼ ମାରିବା ଘଟଣାରେ ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ରିଜର୍ଭ ପୁଲିସକୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ଉମାକାନ୍ତ ପ୍ରଧାନଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆାଇସି ଥିଲେ ଅଭିଯୁକ୍ତ ଉମାକାନ୍ତ।ଜମି ଜମା ସମ୍ବଦ୍ଧିୟ ଗଣ୍ଡଗୋଳକୁ ନେଇ ଥାନା ଭିତରେ ଦୁଇ ଭଉଣୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା।ଏବଂ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ପୁଲିସ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଓଲଟା ସେମାନେ ପୁଲିସକୁ ଟେକା ପଥର ମାରିବା, କୁକୁର ଲଗେଇ ଦେବା ଭଳି ଅଭିଯୋଗ ଆଣିଥିଲା।୫ ତାରିଖରେ ଏହି ଘଟଣା ପରେ ପୁଲିସ ୬ ତାରିଖରେ ଯୁବତୀ ମାନଙ୍କ ନାମରେ ମାମଲା ରୃଜୁ କରିଥିଲା।ଏବଂ ସେମାନଙ୍କୁ ଗିରଫ କରିବା ପରେ ଅନ୍ତରୀଣ ଜାମିନରେ ଆସିବା ପରେ ଯୁବତୀ ମାନେ ଏପରି ଭିଡିଓ ଭାଇରାଲ କରିଥିବା କୁହାଯାଉଛି।ପୁଲିସ ନୁହଁ ପଡ଼ୋଶୀ ସେମାନଙ୍କୁ ମାଡ଼ ମାରିଥିବା ମଧ୍ୟ ପୁଲିସ କହୁଛି।

ତେବେ ଏଠି କିଛି ପ୍ରଶ୍ନ ଉଠୁଛି ଜମିଜମା ସମ୍ବଦ୍ଧିୟ (ସିଭିଲ କେଶରେ)ପୁଲିସ କାହିଁକି ସେଠାକୁ ଯାଇଥିଲା?ଯଦି ପଡ଼ୋଶୀ ସେମାନଙ୍କୁ ଆକ୍ରମଣ କରିଥିଲେ ତେବେ ପଡ଼ୋଶୀଙ୍କ ନାମରେ ଅଭିଯୋଗ ନ’କରି ପୁଲିସ ନାମରେ କାହିଁକି ସେମାନେ ଅଭିଯୋଗ କଲେ?ଯୁବତୀ ମାନଙ୍କଠାରୁ ପୁଲିସ ମୋବାଇଲ ଛଡେଇ ନିଆଯିବା କଥା ସତ କି?ରାଜନୈତିକ ନେତାଙ୍କ ପ୍ରରୋଚନାରେ ପୁଲିସ ଏପରି କରିଛି କି?ପୁଲିସ ଉପରକୁ ଫିଙ୍ଗିବା ପାଇଁ ଆଗୁଆ ପ୍ରସ୍ତୁତ ହୋଇ କ’ଣ ସେମାନେ ଘରେ ଟେକା/ପଥର ମହଜୁଦ ରଖିଥିଲେ?ଏପରି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି।

ନିମାପଡା ମାଡ଼ ଘଟଣାରେ ପୁଲିସ ପ୍ରଥମେ ଅସ୍ବୀକାର କରୁଥିଲା।ତାପରେ ଥାନା ଆଇଆଇସିଙ୍କୁ ପ୍ରଥମେ ବଦଳି କଲା ଏବଂ ତା’ ପରେ ପୁଣି ନିଲମ୍ବିତ କଲା।ନୟାପଲ୍ଲୀ ଘଟଣାରେ ପୁଲିସ ପ୍ରଥମେ ଅସ୍ୱୀକାର କଲା ତା’ ପରେ ବଦଳି।ନିଲମ୍ବନ କେବେ?ବୋଲି ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା।

ମହିଳା ମୋର୍ଚ୍ଚା ଘଟଣାକୁ ନେଇ ନିନ୍ଦା କରିଥିବା ବେଳେ ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପସଭାନେତ୍ରୀ ଅନୁସୟା ସାହୁ, ମିନତୀ ବାରିକ, ମନ୍ଦାକିନୀ ପାତ୍ର, ସୁନିତା ପତି, ମମତା ଦାସ, ନିଲୁ ସାହୁ, ଶଶୀପ୍ରଭା ରଥ, ଡି. ଲକ୍ଷ୍ମୀ, ମାଳତୀ ହେମ୍ରମ ପ୍ରମୁଖ ନୟାପଲ୍ଲୀ ଥାନା ସମ୍ମୁଖରେ ପ୍ରତିବାଦ ଜଣାଇବା ସହ ଅଧିକାରଙ୍କୁ ସାକ୍ଷାତ କରି ପ୍ରତିବାଦ ଜଣାଇଛି।ପିଡ଼ୀତା ଦୁଇ ଭଉଣୀଙ୍କ ଘରକୁ ଯାଇ ମଧ୍ୟ ସାକ୍ଷାତ କରିଛି ବିଜେପି ମହିଳା ମୋର୍ଚ୍ଚାର ଟିମ।ଏପରି ବର୍ବର କାଣ୍ଡ ପାଇଁ ଥାନା ଅଧିକାରଙ୍କ ବଦଳି ନୁହଁ ନିଲମ୍ବନ ଆବଶ୍ୟକ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା।