Odiapua.com

ଥାନାରେ ଏତଲା ଦେଲା ବିଜେପି

ଯାଜପୁର,୨୬/୧୦,(ଓଡ଼ିଆ ପୁଅ ପି ନାଏକ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ଏସ୍‌ପି ଚରଣ ସିଂ ମୀନାଙ୍କ ବିରୋଧରେ ଏତଲା ଦିଆଯାଇଛି । ଏତଲା ଛଡ଼ା ବିଭିନ୍ନ ଥାନା ମଧ୍ୟ ଘେରାଉ କରାଯାଇଛି । ତେବେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ଉଚିତ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି ।