Odiapua.com

ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗରପଡ଼ା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି ଚଳିତ ମାସ ୩୧ ତାରିଖରେ ସରକାରୀ ଚାକିରୀରୁ ଅବସର ନେବେ । ଏହାର ଅବ୍ୟବହିତ ପୂର୍ବରୁ ଆଜି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଂଚଳିକ ଗୁରୁକୂଳ ସମାଜ ଆଗରପଡ଼ା ପକ୍ଷରୁ ସ୍ଥାନୀୟ ହେମପଦ୍ମ ଗାଲାକ୍ସି ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ଶିକ୍ଷକ ଜଗନ୍ନାଥ ମଲ୍ଲିକ ସଂଯୋଜନା କରିଥିବା ବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ,ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ଶଶି ଶେଖର କରଶର୍ମା, ଶିକ୍ଷାବିତ୍ ତଥା ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ପ୍ରମୁଖ ବିଦାୟୀ ଥାନାଧିକାରୀଙ୍କ ସୁ ଗୁଣାବଳୀ ଓ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଖୁବ୍ କମ୍ ସମୟର ଚାକିରୀ କାଳରେ ସମସ୍ତ ବର୍ଗର ଲୋକଙ୍କୁ ଆପଣାର କରି ପାରିଥିବା କହିଥିଲେ ଅତିଥି । ଏହି ଅବସରରେ ଥାନାଧିକାରୀ ଶ୍ରୀକାନ୍ତ କୁମାର ପତିଙ୍କୁ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନାର ଉତରରେ ସ୍ୱଳ୍ପ ସମୟର ଚାକିରି କାଳରେ ବରପୁତ୍ର ମହତାବଙ୍କ ମାଟିରେ ଲୋକ ମାନଙ୍କ ଭଲପାଇବା ଓ ସମ୍ମାନକୁ କେବେ ଜୀବନରେ ଭୁଲି ହେବ ନାହିଁ ବୋଲି କହି ଆଗାମୀ ଦିନରେ ଆପଣମାନଙ୍କ ସାଙ୍ଗରେ ରହିବେ ବୋଲି କହିଥିଲେ । ଶିକ୍ଷକ ପଂଚାନନ ପୃଷ୍ଟିଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ହେମନ୍ତ ସିଂହ,ସ୍ତମ୍ଭକାର ସୁବୋଧ କୁମାର ସାହୁ, ଉପେନ୍ଦ୍ର ବିଶ୍ୱାଳ,ଚିତରଞ୍ଜନ ସାମନ୍ତରାୟ,ଅଧ୍ୟାପକ ଫକିର ଚରଣ ଶଙ୍ଖୁଆ,ପ୍ରଣୟ ସିଂହ, ବିମଳ କୁମାର ଦାସ, ଦେବେନ୍ଦ୍ର କୁମାର ପତି,ଗୋପବନ୍ଧୁ ଯେନା,ଅର୍ନ୍ତଯ୍ୟାମି ମଲ୍ଲିକ୍‌, ନିରଞ୍ଜନ ଖିଲାର,ସୁମତୀ ମାଝୀ, କୈଲାସ ପାଣିଗ୍ରାହୀ, ପଂଚାନନ ସାହୁ, ଶରତ ପଣ୍ଡା, କବିତା ପାଣିଗ୍ରାହୀ, ସୂଚିସ୍ମିତା ନାୟକ,ସାମ୍ବାଦିକ ଜିତେନ୍ଦ୍ର ଶତପଥି, ଅକ୍ଷୟ ସିଂହ, ଶୁଶାନ୍ତ ସାହୁ, ପ୍ରଦୁମ୍ନ୍ୟ ପୁହାଣ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହଧର୍ମିଣୀ ଭାରତୀ ପତି ଓ ସୁପୁତ୍ର ର୍ହିତିକ୍ ପତି ଉପସ୍ଥିତ ରହି ସଂକ୍ଷିପ୍ତ ବକ୍ତବ୍ୟରେ ଅଂଚଳବାସୀଙ୍କ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା ଅବର୍ଣ୍ଣନୀୟ ବୋଲି କହିଥିଲେ । ଶେଷରେ ଏକ ଶୋଭାଯାତ୍ରାରେ ନିଆଯାଇ ଥାନାଧିକାରୀଙ୍କୁ କାର୍ଯ୍ୟାଳୟରେ ପହଂଚା ଯାଇଥିଲା ।