Odiapua.com

ଥାନାଧିକାରୀଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଥାନାରେ ନୂତନ ଥାନାଧିକାରୀ ଭାବେ ଦେବରାଜ ଜେନା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଜି ଆଡିଆ ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ଗଦାଧର ବେହେରା ଶ୍ରୀ ଜେନାଙ୍କୁ ଭେଟି ଆଗରପଡା ଅଚଂଳରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ବେଳେ ଏଠାକୁ ଆସୁଥୁବା ଲୋକଙ୍କୁ ତ୍ୱରିତ ନ୍ୟାୟ ଯୋଗାଇ ଦେବାକୁ ନିବେଦନ କରିଥିଲେ । ଥାନାଧିକାରୀ ଶ୍ରୀ ଜେନା ତାଙ୍କ ବିଭାଗ ଲୋକଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ନେଇ ସଦା ଚେଷ୍ଟିତ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ଉପସ୍ଥିତ ଥିଲେ ।