ହାଟଡ଼ିହି-୧୯/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁରେ ଥିବା ମା’ ଥାନପତି ଇଣ୍ଡେନ ଗ୍ୟାସ ଏଜେନସି ପକ୍ଷରୁ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଘରଘର ବୁଲି ଗ୍ୟାସ ଯୋଗାଣ କରାଯାଉଛି । ସରକାର କରୋନା ସଂକ୍ରମଣକୁ ରୋକିବାଲାଗି ମେ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିବାରୁ ଲୋକମାନେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏପରିସ୍ଥିତିରେ ଗ୍ରାହକମାନେ କିପରି ସୁବିଧାରେ ଘରେବସି ଗ୍ୟାସ ପାଇପାରିବେ ସେନେଇ ମା’ ଥାନପତି ଇଣ୍ଡେନ ଗ୍ୟାସ ଏଜେନସି ପକ୍ଷରୁ ଘରଘର ବୁଲି ଗ୍ୟାସ ଯୋଗାଇ ଦେବା ସହିତ ଅନ୍ୟାନ୍ୟ ମରାମତି ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଉଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହେଉଛି ।