Odiapua.com

ଥମୁନି ଆନ୍ଧ୍ରର ଦାଦାଗିରି ପଂଚାୟତ ନିର୍ବାଚନ ପାଇଁ  ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

କୋରାପୁଟ ୦୩-୦୨(ଓଡିଆ ପୁଅ / ରଂଜନ ଦାସ)କୋଟିଆକୁ ନେଇ  ଓଡିଶା-ଆନ୍ଧ୍ର ମଧ୍ୟରେ ଚାଲିଥିବା ବିବାଦର କୌଣସି ସମାଧାନ ପନ୍ଥା ବାହାରି ନ ଥିବାବେଳେ ଅନ୍ଧ୍ରର ଦାଦାଗିରି ଦିନକୁ ଦିନ ସୀମା ଟପିବାରେ ଲାଗିଛି । ଆନ୍ଧ୍ର ପକ୍ଷରୁ ଉକ୍ତ ଅଂଚଳରେ ବେଆଇନ ଭାବେ କଂକ୍ରିଟ ରାସ୍ତା, ସ୍କୁଲଗୃହ, ଅଙ୍ଗନବାଡି ଳେନ୍ଦ୍ର ,ପାନୀୟ ଜଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ କରାଯିବା ସହ  ରାସନ କାର୍ଡ  ପ୍ରଦାନ  ସାଙ୍ଗକୁ ଗ୍ରାମବାସୀଙ୍କୁ  ଭୋଟ ଦାନରେ ସାମିଲ କରାଯାଉଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ  ବ୍ଲକ କୋଟିଆ ପଂଚାୟତ ଅଧୀନରେ ୨୮ଟି ଗ୍ରାମ ରହିଥିବାବେଳେ  ସେଥି ମଧ୍ୟରୁ ୨୧ଟି ଗାଁ ବିବାଦୀୟ ରହିଛି । ଗଞ୍ଜେଇ ପଦର, କୋଟିଆ, ସିଡି ୱାଲସା, ଉପର ସେମ୍ବି, ତଳ ସେମ୍ବି, ଧୁଳି ପଦର, ଆରଜୁ ୱାଲସା, ନାରଡି ୱାଲସା, ତାଡି ୱାଲସା, ମାର୍କାର, ବର୍ଣ୍ଣପାଡୁ, ଡଲିଆମ୍ବ, ଫଗୁଣ ସିନେରୀ, ଫାଟୁ ସିନେରୀ, ସଲପଗୁଡା, କର୍ଣ୍ଣଦୋରା, ହରମାଣ୍ଡିଙ୍ଗି, ମହିପାଣି, ରଣାସିଂ, ପନିକି ଓ ସିମାଗଡା ଗ୍ରାମ ଗୁଡିକୁ ନିଜ ଅଂଚଳ ବୋଲି ଆନ୍ଧ୍ର୍ର ପ୍ରଦେଶ ଦାବୀ କରି ଆସୁଛି ।  ଏହି ୨୧ଟି ଗ୍ରାମକୁ ନେଇ ଆନ୍ଧ୍ର ପ୍ରଦେଶ  ସରକାର ବିଜୟନଗରମ ଜିଲ୍ଲାର ସାଲୁର ମଣ୍ଡଳ ଅଧୀନରେ ତିନୋଟି ପଂଚାୟତ ଯଥା ତଳ ଗଞ୍ଜେଇପଦର, ଫଗୁଣ ସିନେରୀ ଓ ଫାଟୁ ସିନେରୀ ଗଠନ କରିଛନ୍ତି । ଏହି ୩ ଟି ଗ୍ରାମର ନାମ ପରିବର୍ଥନ କରାଯାଇଥିବା ସୂଚନା ମିଳିଥିବା ବେଳେ ତଳ ତଳ ଗ ଞେଇପଦର ନାମ ଗଞାଇବଦ୍ରା ,ଫାଟୁସେନେରୀର ନାମ ପାଟ୍ଟୁଚେନୁରୁ ଓ ଫଗୁଣସେନେରୀର ନାମ ପାଗୁଲଚେନୁରୁ କରି ତ୍ରୀସ୍ତରୀୟ  ପଂଚାୟତ ନିର୍ବାଚନ କରୁଥିବା ଜଣାପଡିଛି । ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଥିବା ବେଳେ ଏହା ଫେର୍ବୁଆରୀ ମାସ ୧୩ ଓ ୧୭ ତାରିଖରେ ନିର୍ବାଚନ ଆୟୋଜନ କରାଯାଉଥିବା ଜଣାପଡିଛି ।୨୦୧୯  ସାଧାରଣ ନିର୍ବାଚନରେ  ଆନ୍ଧ୍ର ପକ୍ଷରୁ ନାରେଡି ୱାଲସାରେ ଦୁଇଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରି ଭୋଟ  ଗ୍ରହଣ କରାଯାଇ ଥିବାବେଳେ  ଆସନ୍ତା ୧୩ ଓ ୧୭ରେ  ଆନ୍ଧ୍ର ପ୍ରଦେଶରେ ହେବାକୁ ଥିବା  ପଂଚାୟତ ନିର୍ବାଚନ ପାଇଁ  ବିଜୟନଗରମ୍ ଜିଲା ପ୍ରଶାସନ  ଆଜି ଠାରୁ  ନାମାଙ୍କନ ଦାଖଲ ଆରମ୍ଭ କରିଛି ।  ଘଟଣା ଜଣା ପଡିବା ପରେ  କୋରାପୁଟ ଜିଲା ପ୍ରଶାସନ ଛାନଭୀନ ଆରମ୍ଭ କରିଥିବାବେଳେ ଆନ୍ଧ୍ରର  ଏଭଳି କାର୍ଯ୍ୟକୁ  ବୁଦ୍ଧିଜୀବି ମହଲରେ ତୀବ୍ର ସମାଲୋଚନା କରାଯାଇଛି ।ପୂର୍ବରୁ ଏହି ୩ ଟି ଗ୍ରାମରେ ଆନ୍ଧ୍ର ତରଫରୁ ତ୍ରୀସ୍ତରୀୟ ପଂଚାୟତ ପ୍ରତିନିଧି ମନୋନୀତ କରାଯାଉଥିଲା କିନ୍ତୁ ଚଳିତ ବର୍ଷ  ଭୋଟ ମାଧ୍ୟମରେ ନିର୍ବାଚନ କରୁଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ସୂଚନା ଦେଇଛନ୍ତି ।ଆନ୍ଧ୍ର ତରଫରୁ କୋଟିଆ ଗ୍ରାମପୁଂଚରେ  ତ୍ରୀସ୍ତରୀୟ ନିର୍ବାଚନ କରିବା  ଏକ ସାଂଘାତିକ ଘଟଣା ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରକାଶ କରିବା ସହ ଏପରି କରିବା ଘୋର ଲଜ୍ଜା ଅଟେ ବୋଲି ସେ ସୂଚନା ଦେଇଛନ୍ତି ।ଆସନ୍ତା ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କୋଟିଆ ଗ୍ରାମପୁଂଚରେ ନିର୍ମାଣ କରାଯାଇଥିବା ଉନ୍ନୟନ କାର୍ଯ୍ୟର ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିବା ପୂର୍ବରୁ ଆନ୍ଧ୍ର ୩ ଟି ଗ୍ରାମରେ ପଂଚାୟତ ନିର୍ବାଚନ କରିବା ଓଡିଶା ସରକାରଙ୍କୁ ଚାଲେଂଚ ଦେବା ସଦୃଶ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି ।