Odiapua.com

ତ୍ୟାଗଭୂମି ମହୋତ୍ସବ ପକ୍ଷରୁ ଦିବଂଗତ ଭଜ ଜେନାଙ୍କ ସ୍ମୃତିଚାରଣ

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବଂଗତ ଭଜଗୋବିନ୍ଦ ଜେନା ଜଣେ ଭଲ ସାମ୍ବାଦିକ ସହ ସ୍ପଷ୍ଟବାଦୀ, ନିର୍ଭିକ ମଣିଷ ଥିଲେ ବୋଲି ଆଜି ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ତ୍ୟାଗଭୂମି ମହୋତ୍ସବ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଛନ୍ତି । ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭରେ ସ୍ୱର୍ଗତଃ ଜେନାଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଭଦ୍ରକ ବାର ଆସୋସିଏସନ୍‌ର ସଂପାଦକ ଦିବ୍ୟସିଂହ ନାୟକ, ଶିକ୍ଷାବିତ୍ ଡ. ରାମଚନ୍ଦ୍ର ପଣ୍ଡା, ଶାନ୍ତନୁ ରାଉତ, ଲଲାଟେନ୍ଦୁ ମହାନ୍ତି, ସୁଧାକର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ରବିନାରାୟଣ ଖିଲାର, ଅଶୋକ ନାୟକ, ଡ. ହରିହର ନାୟକ, ରାମନାରାୟଣ ମହାନ୍ତି, ଗୌରହରି ନାୟକ, ରୂପକ ରାୟ, ଜିଲା କୃଷକ ନେତା ଚନ୍ଦ୍ରଶେଖର ନାୟକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସାମାଜିକ କର୍ମୀ ଅମର ପାଣିଗ୍ରାହୀ, ରବିନାରାୟଣ ପଣ୍ଡା, ଆଇନ୍‌ଜୀବୀ ଗଦାଧର ବଳ, ସନ୍ତୋଷ ଦାସ, ଗୌରାଙ୍ଗ ବାରିକ, ସୁରଜିତା ନାୟକ, ଚର୍ଚ୍ଚିକା ମହାପାତ୍ର, ବୈଲୋଚନ ବେହୁରିଆ, ନିମାନନ୍ଦ ସାହୁ, ସୁରେଶ ଜେନା, ହରମୋହନ କୁଅଁର, ବିଚ୍ରିତାନନ୍ଦ ମହାନ୍ତି, ଇନ୍ଦ୍ରମଣି ପଣ୍ଡା, ଡ. ଅଭୟ ଦାସ, ଦୁର୍ଗା ଦାସ, କୈଳାସ ମହାପାତ୍ର ଓ ବିଜୟ ବହଳି ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।