Odiapua.com

ତ୍ୟାଗଭୂମି ମହୋତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ଆହ୍ୱାନ କ୍ରମେ ଇଂ ଅଖିଳ ମୋହନ ପାଢ଼ୀଙ୍କ ପୌରୋହିତ୍ୟରେ ତ୍ୟାଗଭୂମି ମହୋତ୍ସବ ୨୦୨୩ର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ଶାନ୍ତନୁ କୁମାର ରାଉତ, ବସନ୍ତ କୁମାର ମହାନ୍ତି, ରାଧା ବିନୋଦ ନାୟକ, ଗୋବର୍ଦ୍ଧନ ସାମଲ, ହରିଶ୍ଚନ୍ଦ୍ର ଦାସ, ଅଶୋକ କୁମାର ମହାନ୍ତି, ଗଦାଧର ବଳ, ବାବୁଲାଲ ଦାସ, ଚର୍ଚ୍ଚିକା ମହାପାତ୍ର, ଅବ୍‌ଦୁଲ ଦୟାନ, ଲକ୍ଷ୍ମୀକାନ୍ତ ବାରିକ, ଆଦିତ୍ୟ ନାୟକ, ଗଗନ ବିହାରୀ ରାଉତ, ଅଶୋକ ଦାସ, କୈଳାସ ଚନ୍ଦ୍ର ମହାପାତ୍ର, ଅଭୟ ଦାସ, ରମାକାନ୍ତ ଲେଙ୍କା, ଭକ୍ତବନ୍ଧୁ ଦାସ, ପର୍ଶୁରାମ ଦ୍ୱିବେଦୀ, ସୁଧାକର ରାଉତ ପ୍ରମୁଖ ଯୋଗଦେଇ ଚଳିତ ଡିସେମ୍ବର ୩୦ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ଭଦ୍ରକ ସହିଦ୍ ସ୍ମୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ତ୍ୟାଗଭୂମି ମହୋତ୍ସବର ବିଭିନ୍ନ ସାଂସ୍କୃତିକ ସଭା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା ରଖିବା ସହିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।