Odiapua.com

ତ୍ରିସ୍ତରୀୟ ନିର୍ବାଚନର ଜିଲ୍ଲା ପରିଷଦ ସଭ୍ୟପଦ ପାଇଁ ସଂରକ୍ଷଣ ଚିଠା ପ୍ରକାଶ

କେନ୍ଦ୍ରାପଡା, ୨୪ା୧୨ (ଓଡ଼ିଆ ପୁଅ) : ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଆଗାମୀ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପୁନର୍ବାର ସଂରକ୍ଷଣ ଚିଠା ତାଲିକା ପ୍ରକାଶନ କରାଯାଇଛି। ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ସଂରକ୍ଷିତ ହୋଇଥିବା ଚିଠା ତାଲିକା ହେଉଛି ଆଳି ବ୍ଲକର ୧ ନଂ ଜୋନ – ଅନୁସୂଚିତ ଜାତି ମହିଳା, ୨ ନଂ.- ଅସଂରକ୍ଷିତ, ୩ନଂ- ମହିଳା, ୪ନଂ- ଅସଂରକ୍ଷିତ, କେନ୍ଦ୍ରାପଡ଼ା ବ୍ଲକର ୫ ନଂ. ଜୋନ -ଅନୁସୂଚିତ ଜାତି ମହିଳା, ୬ ନଂ.-ମହିଳା, ୭ ନଂ- ଅନୁସୂଚିତ ଜାତି ମହିଳା, ୮ ନଂ- ଅସଂରକ୍ଷିତ। ଗରଦପୁର ବ୍ଲକ ୯ ନଂ ଜୋନ – ମହିଳା, ୧୦ ନମ୍ବର- ଅସଂରକ୍ଷିତ, ୧୧ ନଂ- ମହିଳା। ଡେରାବିଶ ବ୍ଲକ ୧୨ ନଂ- ଅସଂରକ୍ଷିତ, ୧୩ ନଂ- ଅନୁସୂଚିତ ଜାତି, ୧୪ ନଂ.- ଅସଂରକ୍ଷିତ। ପଟ୍ଟାମୁଣ୍ଡାଇ ୧୫ ନଂ. ଜୋନ- ଅନୁସୂଚିତ ଜାତି ମହିଳା, ୧୬ ନଂ- ଅନୁସୂଚିତ ଜାତି, ୧୭ ନଂ- ମହିଳା, ୧୮ ନଂ- ଅନୁସୂଚିତ ଜାତି। ମହାକାଳପଡ଼ା ୧୯ ନଂ. ଜୋନ – ମହିଳା, ୨୦ ନଂ.- ଅସଂରକ୍ଷିତ, ୨୧ ନଂ- ମହିଳା, ୨୨ ନଂ – ଅସଂରକ୍ଷିତ, ୨୩ ନଂ – ଅସଂରକ୍ଷିତ। ମାର୍ଶର୍ାଘାଇ ବ୍ଲକ ୨୪ ନଂ- ଅସଂରକ୍ଷିତ, ୨୫ ନଂ- ଅନୁସୂଚିତ ଜନଜାତି ମହିଳା, ୨୬ ନଂ- ମହିଳା। ରାଜକନିକା ବ୍ଲକ ୨୭ ନଂ- ମହିଳା, ୨୮ ନଂ- ଅସଂରକ୍ଷିତ, ୨୯ ନଂ- ମହିଳା। ରାଜନଗର ବ୍ଲକ ୩୦ ନଂ- ଅସଂରକ୍ଷିତ, ୩୧ ନଂ- ଅସଂରକ୍ଷିତ ଓ ୩୨ ନଂ ଜୋନ- ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ସେହିପରି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକାଶିତ ଚିଠା ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।