Odiapua.com

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଇସ୍ତଫା, ବିଜେପି କରିବ ନୂଆ ସିଏମଙ୍କ ନାମ ଘୋଷଣା

ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଶନିବାରଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏବେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ଏବଂ ଅଗରତାଲାରେ ପହଞ୍ଚିଛନ୍ତି। ବିଜେପି ଆଜି ନୂଆ ସିଏମଙ୍କ ନାମ ଘୋଷଣା କରିବ ବୋଲି ଆଶା କରାଯାଉଛି।

ବିପ୍ଲବ ଦେବ ଶୁକ୍ରବାର ଦିନ ଦିଲ୍ଲୀରେ ଥିଲେ ଏବଂ ଶନିବାର ପ୍ରାତଃ ସମୟରେ ଅଗରତାଲାକୁ ଫେରିଛନ୍ତି।

ତେବେ “ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। ନିଶ୍ଚିତ ଭାବେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱ ସହିତ ଆଲୋଚନା କରିଥିବେ। ଦଳର କିଛି ଯୋଜନା ଥାଇପାରେ ଏବଂ ଦଳ ପାଇଁ ଏହା ଭଲ ହେବ ବୋଲି ଆମର ବିଶ୍ୱାସ ରହିଛି।” ବୋଲି ଦେବ ସରକାରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ଆସନ୍ତା ବର୍ଷ ଆରମ୍ଭରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗଣମାଧ୍ୟମ ସୂତ୍ର ଅନୁଯାୟୀ, ବିଧାୟକ ଦଳ ଅପରାହ୍ନ ୫ ଟାରେ ସାକ୍ଷାତ କରିବେ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବେ।

ଦଳର ସାଂଗଠନିକ କାର୍ଯ୍ୟ ପାଇଁ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟବହାର କରାଯିବ ବୋଲି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।