Odiapua.com

ତୋଫାନ ଯୁବକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ତାଳଚେର, ୧୬/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ସଂଘର ସଭାପତି ଧିରେନ୍ଦ୍ର ଦାସ ଉପସ୍ଥିତ ରହି ଜାତୀୟ ପତାକା ଉତୋଳନ କରିବା ପରେ ଘଣ୍ଟପଡା ନୋଡାଲ ଉଚ୍ଚବିଦ୍ୟାଳୟର ଛାତ୍ରୀଗଣ ଜାତୀୟ ସଙ୍ଗୀତ ଗାନ କରିଥିଲେ। ତଦ୍‌ପରେ ଛାତ୍ରମାନେ ବନ୍ଦେ ମାତରଂ, ଭାରତ ମାତାକି ଜୟ, ମହାତ୍ମା ଗାନ୍ଧୀକି ଜୟ, ସ୍ୱାଧୀନତା ଦିବସ କି ଜୟ ସ୍ଲୋଗାନ ଦେଇଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସଂଘର ଉପ ସଭାପତି କାହ୍ନୁଚରଣ ଦାସ, ସହ ସମ୍ପାଦକ ମନୋଜ କୁମାର ଦାସ, ସମୀକ୍ଷକ ମନୋରଞ୍ଜନ ଦାସ, ରଞ୍ଜିତ, ପ୍ରଦୀପ, ଅନିକେତ, ଅରବିନ୍ଦ, ଆଦିତ୍ୟ ନାରାୟଣ, ଟୁନା, କଳ୍ପତରୁ, ଆନନ୍ଦ, ଆଶିଷ, ପ୍ରଭଞ୍ଜନ, ବିରେନ, ସତ୍ୟମ, ତାପସ ଓ ଅନ୍ୟାନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ କୋଷାଧକ୍ଷ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।