Odiapua.com

ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ

ତାଳଚେର, ୯/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଧିରେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ୍‌କ୍ରସ୍ ସୋସାଇଟିର ସଂଯୋଜକ ବଳରାମ ପତି ଯୋଗ ଦେଇ ରେଡ୍‌କ୍ରସର ଆଭିମୁଖ୍ୟ ଏବଂ ପ୍ରଥମ ନୋବେଲ୍ ପୁରସ୍କାର ପ୍ରାପ୍ତ ତଥା ଫାଉଣ୍ଡର ଅଫ୍ ରେଡ୍‌କ୍ରସ୍ ସୋସାଇଟି ଜେନ୍ ହେନେରୀ ଡୁନାଟ୍ ଙ୍କ ଜନ୍ମ ଦିନକୁ ବିଶ୍ୱ ରେଡ୍‌କ୍ରସ୍ ଦିବସ ଭାବେ କାହିଁକି ପାଳିତ ହେଉଛି ସେ ବିଷୟରେ ମତ ଉପସ୍ଥାପନ କରିଥିଲେ ଏବଂ ରେଡ୍‌କ୍ରସ୍ ସବୁ ସମୟରେ ସବୁଠାରେ କିପରି ଭାବେ ପହଁଚି ପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଂଚ ସୁନିଲ୍ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ସେଣ୍ଟ ଜନ ଅନନ୍ତ ଆମ୍ବୁଲାନ୍ସର ଡିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁ, ଆମ୍ବୁଲାନ୍ସ ଅଫିସର ପଂଚୁ ସାହୁ, ଯୁବ ରେଡ୍‌କ୍ରସ ସଦସ୍ୟ ରଞ୍ଜିତ୍ କୁମାର ମହାପାତ୍ର ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ସମସ୍ତ ସଦସ୍ୟମାନେ ନିଷ୍ପତି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ ସଭ୍ୟ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥବା ବେଳେ ସଂଘର ସମସ୍ତ ସଦସ୍ୟ ଏଥିରେ ସହଯୋଗ ଦେଇଥିଲେ।