Odiapua.com

ତୋଟାପଡାରେ ଜବରଦଖଲ ଉଚ୍ଛେଦ ଶେଷ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଏହି ଜିଲାର ବାଂଶଡା ଥାନା ଅଧିନସ୍ଥ ତୋଟାପଡା ଠାରେ ଦିନକୁ ଦିନ ଜନ ଗହଳି ବଢୁଥିବା ବେଳେ ଜବରଦଖଲକାରୀଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ଫଳରେ ସାଧାରଣ ଜନତା ଦିନ କୁ ଦିନ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଦୈନଦିନ ଏହି ରାସ୍ତାରେ ୨ଚକିଆ ଯାନ ଠାରୁ ଆରମ୍ଭ କରି ୪ଚକିଆ ଯାନ ମଧ୍ୟ ଯାତାୟତ କରି ପାରୁ ନଥିଲା । ଆଜି ଚାନ୍ଦବାଲି ତହସିଲଦାର ସୁଶାନ୍ତଙ୍କ ସୂତାରଙ୍କ ନେତୃତ୍ୱରେ ଏହି ରାସ୍ତା ମାପଚୁପ ହେବା ସହ ଜବରଦଖଲକାରୀ ମାନଙ୍କୁ ଏହି ରାସ୍ତା ରୁ ହଟାଯାଇଥିଲା । ତୋଟାପଡା ଛକ ଠାରୁ ବିପ୍ଳବୀ ବୀର ଚକ୍ରଧର ହାଇସ୍କୁଲ ଏବଂ ହନୁମାନ ବାଟିକା ଠାରୁ ଆରମ୍ଭ କରି ହରିଚନ୍ଦନପୁର ଛକ ପର୍ଯ୍ୟନ୍ତ ଥିବା ସମସ୍ତ ଜବରଦଖଲକାରୀ ମାନଙ୍କୁ ହଟାଯାଇଥିଲା । ପୂର୍ବରୁ ଏହି ରାସ୍ତା ସଙ୍କୁଚିତ ହୋଇ ୧୨ଫୁଟ ଓସାର ଥିବା ବେଳେ ଜବରଦଖଲ କାରୀଙ୍କୁ ହଟାଯିବା ପରେ ଏହି ରାସ୍ତାର ଓସାର ୨୫‘ୁଟକୁ ବୃଦ୍ଧି ପାଇଛି । ଆଜି ଏହି ରାସ୍ତା ସଂପ୍ରସାରଣ ଏବଂ ଜବରଦଖଲ ଉଚ୍ଛେଦରେ ୩୦ଜଣ ଦୋକନୀ ୫୦ଟି ଘରର ସୀମା ଏବଂ ପକ୍କା କାନ୍ଥ ମଧ୍ୟ ଏହି ଜବରଦଖଲ ମଧ୍ୟରେ ଉଚ୍ଛେଦ ହୋଇଥିବା ଜଣାଯାଇଛି । ଆଜିର ଏହି ଜବରଦଖଲ ଉଚ୍ଛେଦ ସମୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ସୁପରଭାଇଜର ଦାଶରଥି ଦାସ,କମଳାକାନ୍ତ ଦାସ, ଅମିନ ରତିରଞନ ପାଣିଗ୍ରାହୀ, ଘଂଟେଶ୍ୱର ଆର ଆଇ ଦୈତାରୀ ମୁଣ୍ଡା,ଘଂଟେଶ୍ୱର ଫାଣ୍ଡିର ଷ୍ଟାଫ,ବାଂଶଡା ଥାନା ଷ୍ଟାଫ ଏକ ପ୍ଲାଟୁନ ଫୋର୍ସ ଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି ।