Odiapua.com

ତୋଗାଡ଼ିଆ ଦୁର୍ଘଟଣା ଗସ୍ତ

ଭୁବନେଶ୍ୱର;୦୭,୦୩,୨୦୧୮(ଦେବଦତ୍ତ ରଥ): ବିଶ୍ବହିନ୍ଦୁ ପରିଷଦର ଅନ୍ତଃରାଷ୍ଟ୍ରୀୟ ସଭାପତି ପ୍ରବୀଣ ତୋଗାଡ଼ିଆଙ୍କର ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଛି।ସୁରଟରେ ସେ କୌଣସି ଏକ କାର୍ଯ୍ୟକର୍ମରେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।ତେବେ ଏଥିରେ ତୋଗାଡ଼ିଆ କିମ୍ବା ଅନ୍ୟ କେହି ଆହତ ହୋଇ ନାହାଁନ୍ତି।ଜେଡ ପ୍ଲସ ସୁରକ୍ଷା ବଳୟ ଭିତରେ କିପରି ଟ୍ରକଟି ଧକ୍କା ଦେଇ ପାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏଣେ ରାଜ୍ୟ ସରକାର ତାଙ୍କୁ ଜେଡ ପ୍ଲସ ସୁରକ୍ଷା ଠିକରେ ଯୋଗାଉ ନାହାଁନ୍ତି ବୋଲି ଡଃ: ତୋଗାଡ଼ିଆ ଅଭିଯୋଗ କରୁଥିବା ଜଣାପଡ଼ିଛି।ସେ ନିଜ କାର୍ଯ୍ୟକର୍ମର ରୁଟ ଚାଟ ପୁଲିସକୁ ଅବଗତ କରାଇଥିଲେ ବୋଲି କହିଛନ୍ତି।ସୂଚନା ଯୋଗ୍ୟ ଯେ ଗତ ଜାନୁୟାରୀ ୧୫ ତାରିଖରେ ତୋଗାଡ଼ିଆ ଜେଡ ପ୍ଲସ ସୁରକ୍ଷା ବଳୟ ସତ୍ତ୍ୱେ ହଠାତ କୁଆଡେ ନିଖୋଜ ହୋଇ ଯାଇଥିଲେ।ଏବଂ ରାତିରେ ଏକ ରାସ୍ତା କଡ଼ରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହୋଇଥିଲେ।ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ରାଜସ୍ଥାନ ପୁଲିସ ତାଙ୍କର ଏନକାଉଣ୍ଟର କରିବାକୁ ଚାହୁଁଛି ବୋଲି ତୋଗାଡ଼ିଆ ସେବେ ଅଭିଯୋଗ ଉଠାଇଥିଲେ।