Odiapua.com

ତୈଳ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଯାଜପୁର୨୬ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ଏକ ସପ୍ତାହ ହେଲା ଦୈନଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଦ୍ୱାରା ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ସାଧାରଣରେ ଜନଜିବନ ଅସ୍ତବ୍ୟସ୍ତ ହେବା ଦେଖିବାକୁ ମିଳିଛି।

ରାଜ୍ୟରେ କରୋନା ସଂକ୍ରମଣ ଲକ୍‌ଡାଉନ ସହିତ ଦୈନଦିନ ତୈଳ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କୋରେଇ କଂଗ୍ରେସ କମିଟି। କୋରାଇ କଂଗ୍ରେସ କମିଟି ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି ପ୍ରତିବାଦ କରିବା ସହ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ଦାବି କରି ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କୋରାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କୋରାଇ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଶୋଭାଯାତ୍ରା ଆସି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ସ୍ମାରକପତ ପ୍ରଦାନ କରିଛନ୍ତି।

ଏହି ଶୋଭାଯାତ୍ରାରେ ଗତ ନିର୍ବାଚନରେ ବିଧାୟୀକା ପ୍ରାର୍ଥୀ ହୋଇଥିବା ବନ୍ଦିତା ପରିଡା, ଶ୍ରମିକ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, କୋରେଇ କଂଗ୍ରେସ କମିଟି ସଭାପତି ମଧୂ ସୁଦନ ସାହୁ, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ରୀତାଶ୍ରୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଛି।