ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୭- ରାଜ୍ୟ ରେ ପ୍ରେଟୋଲ , ଡିଜେଲ , ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ର କରୋନା ମହାମାରୀ ସମୟରେ ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶ ରେ ସବୁ ବ୍ଲକ ଆଗରେ କଂଗ୍ରେସ ଦଳୀୟ କର୍ମୀ ମାନେ ଜୁଲାଇ ୭ ତାରିଖ ରେ ଧାରଣା ଦେଇଥିଲେ । ରଣପୁର ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଜେନା ଙ୍କ ନେତୃତ୍ୱ ରେ ହାତ ଗଣତି କେତେ ଜଣ କଂଗ୍ରେସ କର୍ମୀ ଙ୍କୁ ନେଇ କୋଭିଡ୍ କଟକଣା ଭିତରେ ଧାରଣା ଦିଆଯାଇଥିବା ଜଣାପଡିଛି ।
ଏଥିରେ ଭାରତୀୟ ମଜଦୁର କଂଗ୍ରେସ ର ନେତା ସତ୍ୟବ୍ରତ ନାୟକ , ଶତୃଘନ ପାଇକରାୟ , ଧୃବ ଚରଣ ପରିଡା , ବାଳକୃଷ୍ଣ ଷଡଙ୍ଗୀ , ମିର୍ ଆବୁ ବକର ସିଦ୍ଧିକ୍ ଆଦି ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ । ରାଜ୍ୟ ରେ ତୈଳଦର ବଢି ବଢି ଚାଲିଥିବା ବେଳେ ତୈଳ ର ସାନ୍ଧ୍ରତା କମି କମି ଯାଉଛି । ତୈଳ ଦର ବୃଦ୍ଧି ଯୋଗୁଁ ସବୁ ସାମଗ୍ରୀ ର ଦର ବୃଦ୍ଧି ସାଧାରଣ ଜନତା ଙ୍କ ମେରୁଦଣ୍ଡ ଦୋହଲାଇବା ରେ ଲାଗିଛି । ଯାହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକୁଛି ।