Odiapua.com

ତୈଳଦର ବୃଦ୍ଧି ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ କଂଗ୍ରେସ କମିଟି ଆହ୍ୱାନରେ ଭଣ୍ଡାରିପୋଖରୀ ବ୍ଲକ୍ କଂଗ୍ରେସ ପକ୍ଷରୁ ଆଗାମୀ ୩୦ ତାରିଖରେ ତୈଳଦର ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଗତ ଛଅ ବର୍ଷରେ ୧୨ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରି ପେଟ୍ରୋଲ ଉପରେ ୨୩.୭୮ ପଇସା ଓ ଡିଜେଲ ଉପରେ ୨୮.୩୬ ପଇସା ଧାର୍ଯ୍ୟ କରିଛନ୍ତି । ଏପରିକି ଗତ ୧୪ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପରେ ଆଠ ଟଙ୍କା ବୃଦ୍ଧି ଘଟି ଖାଉଟି ହନ୍ତସନ୍ତ ହୋଇଛନ୍ତି । ଏହି ପରିସ୍ଥିତିରେ କଂଗ୍ରେସ ନୀରବଦ୍ରଷ୍ଟା ହୋଇ ରହିବନାହିଁ । ଏହି ମର୍ମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ୍ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ବରିଷ୍ଠ କଂଗେସ୍ର ନେତା ଗୋଲକ ବେହେରା, ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ସବିତା ଚନ୍ଦ, ରଘୁନାଥ ବାରିକ, ପୂର୍ବତନ ଜୋନ୍ ସଭାପତି ପ୍ରଶାନ୍ତ ସାହୁ, ଅଜୟ ସାହୁ, ନାରାୟଣ ବେହେରା, ରମେଶ ଭାରତୀ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ସୁବାଷ କାଣ୍ଡି, ମନୋଜ ନାୟକ, ସମିତିସଭ୍ୟ ଚନ୍ଦ୍ରଶେଖର ଜେନା, ପୂର୍ବତନ ସରପଞ୍ଚ ସୁବାଷ ଗୋଚ୍ଛାୟତ, ଧରିତ୍ରୀ ଜେନା, ଲଳିତ ବେହୁରିଆ, ବିନେଦା ପଲାଇ, ବସନ୍ତ ରାଉତ, ଶ୍ୟାମ ମହାପାତ୍ର, ନଟବର ରାଉଳ, ହେମନ୍ତ ସାହୁ, ମଧୁସୂଦନ ଦତ୍ତ, ପ୍ରଶାନ୍ତ ଜେନା, ପିତାମ୍ବର ଦାସ, ସୁଦର୍ଶନ ବେହେରା, ପ୍ରଶାନ୍ତ ରାଉତ, ଖଗେଶ୍ୱର ସ୍ୱାଇଁ, ଅଭିମନ୍ୟୁ ବେଉରା, ଶଙ୍କର୍ଷଣ ପଣ୍ଡା, ଉମାକାନ୍ତ ଜେନା, ମଦନ ରାଉତ, ମନୋଜ ରାଉତ, ଦୁଃଖିଶ୍ୟାମ ବିଶ୍ୱାଳ, ସୁଜାତା ଦାସ ଅଧିକାରୀ, ହୃଷିକେଶ ସାହୁ, ବସନ୍ତ ତ୍ରିପାଠୀଙ୍କ ସମେତ ପଂଚାୟତ ସଭାପତିମାନେ ଯୋଗଦେଇ ବିକ୍ଷୋଭକୁ ସଫଳ କରିବାକୁ ମତ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡ୍‌-୧୯ ନିୟମାବଳୀ ଆଧାରିତ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।