Odiapua.com

ତୈଳଦର ବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଧାରଣା

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯଦ୍ୱାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ଦେଶର ତୈଳଦର ବୃଦ୍ଧିକୁ ନେଇ ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ତଥା ପ୍ରଦେଶ କଂଗ୍ରେସ କମିଟିର ପରାମର୍ଶ କ୍ରମେ ଆଜି ସକାଳ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ସମସ୍ତ ସହରାଂଚଳ ଓ ଗ୍ରାମାଂଚଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ସହର ନୂଆବଜାର ସ୍ଥିତ ବର୍ଷା ଫୁଏଲ୍‌ସ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଗଣାଧାରଣା ଦିଆ ଯାଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ଉଦ୍‌ବୋଧନ ଦେଇ କହିଥିଲେ ଯେ ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ୨୫.୭୨ ପଇସା ଓ ଡିଜେଲ ଦର ଲିଟର ପ୍ରତି ଟ.୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟିବାକୁ କଂଗ୍ରେସ ଦଳ ତୀବ୍ର ବିରୋଧ କରୁଛି । ସରକାର ଅବିଳମ୍ବେ ତୈଳଯାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦରକୁ ହ୍ରାସ କରିବାକୁ ଶ୍ରୀ ଦାସ ଦାବି କରିଥିଲେ । କୋଭିତ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧି, ସାମାଜିକ ଦୂରତାକୁ ବଜାୟରଖି କରି ବ୍ୟାନର, ପ୍ଲାକାର୍ଡ଼ରେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି, ଆର୍ôଥକ ମାନ୍ଦାବସ୍ଥା, ଉତ୍କଟ ବେକାରୀ ସମସ୍ୟା ବୃଦ୍ଧି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ମଜୁରୀ ଓ ରୋଜଗାର କମିବା ଉପରେ ସ୍ଲୋଗାନ ଲେଖି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ସୂଚାଇବା ସହିତ ନେତା, କର୍ମୀ ତଥା କଂଗ୍ରେସ ସମର୍ଥକମାନେ ଗଣଧାରଣାରେ ବସିଥିଲେ । ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ମୁକିତ୍ ଖାଁ, ପ୍ରଫୁଲ୍ଲ ସାମଲ, ଆଶିଷ ରାଉତ, ବିଜୟ ବାରିକ, ପୀତବାସ ଧଳ, ରାଜନ ଲାହା, ଅନନ୍ତ ପଣ୍ଡା, ବବି ମହାନ୍ତି, ଅସ୍‌୍‌ରଫ୍ ଅଲୀ ଖାଁ, ଅବଦୁଲ ସଲାମ, ସେକ୍ ସିରାଜୁଦ୍ଦିନ, କୟୁମ୍ ଅଲୀ ଶାହା, ସେକ ଫରିଜୁଦ୍ଦିନ, ସେକ୍ ଜଫିରୁଦ୍ଦିନ, ରତ୍ନାକର ବାରିକ, ବାପୁଜୀ ପରିଡା,କାଳନ୍ଦୀ ଜେନା, ଛାତ୍ରନେତା ସୌମ୍ୟ ରଂଜନ ବାରିକ, ହେମନ୍ତ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ରଞ୍ଜନ ଜେନା, ଇଲିୟାସ୍ ଅଲୀ ଖାଁ, ସେକ୍ ଲାଲୁ ପ୍ରମୁଖ ସାମିଲ ହୋଇଥିଲେ ।