Odiapua.com

ତୈଲୋକେଶ୍ୱର ମନ୍ଦିର ସଭାପତିଙ୍କ ବିୟୋଗରେ ସ୍ମୃତିଚାରଣ ସଭା

ଯାଜପୁର୩୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଞ୍ଚାୟତ ସ୍ଥିତ ତାଳଗଡିଆ ଗ୍ରାମର ପୂର୍ବତନ ୱାର୍ଡସଭ୍ୟ, ବିଶିଷ୍ଟ ବ୍ୟବସାୟୀ ତଥା ତ୍ରିକୋଣି ଛକସ୍ଥିତ ତୈଲୋକେଶ୍ୱର ମନ୍ଦିରର ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କର ୨୦ତାରିଖରେ ବିୟୋଗ ଘଟିଥିଲା । ତାଦନୁଯାୟୀ ଗୁରୁବାର ଏକଦଶାହ ଅବସରରେ ଗ୍ରାମବାସୀ ଓ ମନ୍ଦିର କମିଟ ପକ୍ଷରୁ ଏକ ‘ସ୍ମ୍‌ତିଚାରଣ ସଭା’ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର‌୍ୟ୍ୟମଣି ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଅଧ୍ୟାପକ ମଳୟ କୁମାର ମଲ୍ଲିକଙ୍କ ସଂଚାଳନାରେ ଅତିଥିଭାବେ ପ୍ରଦେଶ କଂଗ୍ରେସ କମିଟିର କାର‌୍ୟ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ପିସିସି ସଂପାଦକ ସୁଧାନିଧି ମହାପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ହରେକୃଷ୍ଣ ସାହୁ, ବ୍ୟାସନଗର ପୌରପରିଷଦର ପ୍ରାକ୍ତନ ଉପନଗରପାଳ ପ୍ରମୋଦକୁମାର ପରିଡା ଯୋଗଦେଇ ସ୍ୱର୍ଗତ କୃଷ୍ଣବାବୁ ଜଣେ କର୍ତବ୍ୟନିଷ୍ଠ, ପରୋପକରୀ, ଆଧ୍ୟାତ୍ମିକବାଦୀ ଓ ସଂସ୍କୃତିପ୍ରେମି ମଣିଷ ଥିଲେ, ତାଙ୍କର କାର‌୍ୟ୍ୟଧାରାକୁ ମନେପକାଇବା ପାଇଁ ପ୍ରତିବର୍ଷ ଶ୍ରାଦ୍ଧଦିବସରେ ଏକ ‘ସାମାଜିକ୍ ସଭା’ କରାଗଲେ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋରାଇ କାହ୍ନୁରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନଚରଣ ଖୁଂଟିଆ, ସ୍ଥାନୀୟ ସରପଂଚ ସସ୍ମିତା ତରାଇ, ମନ୍ଦିର କମିଟିର ବରିଷ୍ଠସଦସ୍ୟ ଜଳଧର ଜେନା, ନିରଞ୍ଜନ ମଲ୍ଲିକ(ଖଇରା), ସୁଶାନ୍ତ କୁମାର ମଲ୍ଲିକ, ସୁରେନ୍ଦ୍ର ବେହେରା(କୟାଁ), କୁଳମଣି ବେହେରା, ସ୍ମୃତଲିପିର ସଂପାଦକ ଭୁବନମୋହନ ମହାନ୍ତି, ଭଗତସିଂହ ଯୁବକ ସଂଘର ଉପଦେଷ୍ଠା ନାରାୟଣ ନାୟକ, ସମବାୟବିତ ରାଜେନ୍ଦ୍ର କୁମାର ରାଉତରାୟ, ମାଧମାନନ୍ଦ ବେହେରା, ଆତ୍ମରଞ୍ଜନ ରାଉତ, ମାନସରଞ୍ଜନ ମହାନ୍ତି, ଆଦିତ୍ୟନାରାୟଣ ଘଡାଇ, ବରିଷ୍ଠ ବିଜେଡି ନେତା ଦୈତାରୀ ଧଳ, ପ୍ରଫୁଲ୍ଲ ଆଏଚ, କୋରାଇ ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ, ତୁଳତୀର ପୂର୍ବତନ ସମିତିସଭ୍ୟ ଚନ୍ଦ୍ରଶେଖର ସାହୁ, ମାର୍କଣ୍ଡ ମିଶ୍ର, ଗଜେନ୍ଦ୍ର କର, ଉମାକାନ୍ତ ମଲ୍ଲିକ, ବିଜେପିର ଯୁବନେତା ବିକ୍ରମ ବିଶ୍ୱାଳ, ପ୍ରଶାନ୍ତ କୁମାର ମଲ୍ଲିକ, ସାବିତ୍ରୀ ସାମଲ, ନିରୂପମ ବେହେରା, ସୁପ୍ରଭା ମହାନ୍ତି, ସୁରେଖା ଘଡାଇ, ମୀନକେତନ ଜେନା ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନେତା, ପ୍ରଶଂସକ, ମନ୍ଦିର କମିଟି କର୍ମକର୍ତା ଓ ସଦସ୍ୟ, ଗ୍ରାମବାସୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କ ଝିଅ ସ୍ୱର୍ଣ୍ଣପ୍ରଭା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।