Odiapua.com

ତେସିଙ୍ଗାରେ ଅଗ୍ନିକାଣ୍ଡ, ୬ ବଖରା ଘର ଭସ୍ମୀଭୂତ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ତେସିଙ୍ଗା ଗ୍ରାମର ପୁଷ୍ପଲତା ସ୍ୱାଇଁ ଓ ବାସନ୍ତୀଲତା ସ୍ୱାଇଁଙ୍କ ଘରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ପୋଡିଯିବା ସହ ସମସ୍ତ ସଂପତ୍ତି ଜଳିପୋଡି ନଷ୍ଟ ହୋଇଯାଇଛି । ରାତି ପ୍ରାୟ ୧ ଟା ବେଳେ ଅଗ୍ନିକାଣ୍ଡ ଘଟି ୬ ବଖର ଘର ସଂପୂର୍ଣ୍ଣ ଜଳିଯାଇଥିଲା । ଦମକଳ ବାହିନୀ ପହଞ୍ôଚ ନିଆଁ ଲିଭାଇଥିଲେ । କୌଣସି ଜିନିଷ ଉଦ୍ଧାର ହୋଇପାରିନଥିବାବେଳେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ବିପନ୍ନ ପରିବାରଙ୍କୁ ଭେଟି ପାଲ ଦେବା ସହ ତହସିଲଦାରଙ୍କୁ ରିପୋର୍ଟ କରିଛନ୍ତି । ବିପନ୍ନ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି ।