Odiapua.com

ତେନ୍ତୁଲିପଦା ଗ୍ରାମରେ ଗଜଲକ୍ଷ୍ମୀ ପୂଜା

ତିର୍ତ୍ତୋଲ ୩୧-୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ଗ୍ରାମ ପ୍ରଥମ ମୁଣ୍ଡରେ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳସ ଯାତ୍ରା, ଷୋଢ଼ଷ ଉପଚାର ପୂଜା, ଘୃତଯଜ୍ଞ, ଅନ୍ନଯଜ୍ଞ ସମେତ ବିଧି ବିଧାନ ଅନୁସାରେ ମାଙ୍ଗଳିକ କାର୍ଯ୍ୟ କରାଯାଇଥିଲା। ଚଳିତ ବର୍ଷ କରୋନା କଟକଣା ପାଇଁ ମା ଲକ୍ଷ୍ମିଙ୍କର ପୂଜା କରାଯାଇଥିବାବେଳେ ପୂଜା ମଣ୍ଡପ ଆଲୋକ ସଜ୍ଜା ଓ ତୋରଣ ଦେଖିବାକୁ ମିଳିନଥିଲା। ସେହିପରି ତିର୍ତ୍ତୋଲ ନେହେରୁ ବଜାର ଓ ସରଣୀ ଛକ ଆନନ୍ଦ ମଣ୍ଡପ ପରିସରରେ ଏହି ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।