Odiapua.com

ତୃଷାର୍ତ୍ତ ପକ୍ଷୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କଲା ଜୀବନଜ୍ୟୋତି ସଙ୍ଗଠନ

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରୀଷ୍ମଋତୁରେ ନଦୀ, ନାଳ, ପୋଖରୀ ଶୁଖି ଯାଇଥାଏ । ଯେଉଁଥିପାଇଁ ପଶୁପକ୍ଷୀମାନେ ପାଣି ଟୋପେ ପିଇବା ପାଇଁ ପାଇ ନଥାନ୍ତି । ମଣିଷଙ୍କ ପାଇଁ ପାଣିର ସୁବ୍ୟବସ୍ତା କରାଯାଇଥିବା ବେଳେ ପଶୁପକ୍ଷୀଙ୍କ ପାଇଁ ପାଣି ଟୋପେର ବ୍ୟବସ୍ଥା କେହି କରନ୍ତି ନାହିଁ । ପଶୁପକ୍ଷୀମାନେ ପାଣି ପାଇଁ ଡହଳ ବିକଳ ହୋଇଥାନ୍ତି । ଏହାକୁ ହୃଦୟଙ୍ଗମ କରି ଭଦ୍ରକ ଜିଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଙ୍ଗଠନ ଜୀବନଜ୍ୟୋତି ସଙ୍ଗଠନ ପକ୍ଷରୁ ତୃଷାର୍ତ୍ତ ପକ୍ଷୀଙ୍କ ପାଇଁ ଶନିବାର ଅଭିନବ ଉପାୟରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ପାଣିପୂର୍ଣ୍ଣ ପାତ୍ର ଗଛରେ ଝୁଲାଇ ଦିଆଯାଇଛି । ଯହାଦ୍ୱାରା ତୃଷାର୍ତ୍ତ ପକ୍ଷୀମାନେ ପାଣି ପିଇବାକୁ ସକ୍ଷମ ହୋଇପାରିବେ । କାଳିମେଘାରୁ ତିହିଡି ଓ ବଉଳପାଳ, ନନ୍ଦପୁରରୁ ବୁଧପୁର, ସିନ୍ଦୋଳରୁ କମାରିଆ ଇତ୍ୟାଦି ରାସ୍ତା ପାର୍ଶ୍ୱରେ ପାଣିପୂର୍ଣ୍ଣ ପାତ୍ର ଗଛରେ ରଖାଯାଇଛି । ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ବ୍ୟାପକ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ସଙ୍ଗଠନର ସଭାପତି ସନାତନ ସାହୁ, ସମ୍ପାଦକ ଧୀରେନ୍ଦ୍ର ସାହୁ, ପ୍ରତିଷ୍ଠାତା ଜ୍ୟୋତିର୍ମୟ ପାଣ୍ଡବଙ୍କ ନେତୃତ୍ୱରେ ଦେବାଶିଷ ସାହୁ, ପ୍ରଦୀପ କୁମାର ଦାସ,ସଞ୍ଜୟ କୁମାର,ପ୍ରତ୍ୟୁଷ ପ୍ରିୟଦର୍ଶୀ, ଅଶୋକ ଜେନା, ମନୋଜ କୁମାର ପ୍ରମୁଖ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି ।