Odiapua.com

ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ

ହାଟଡ଼ିହି, ୨୨ / ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ତୃତୀୟଶ୍ରେଣୀ ମେଧାବୃତ୍ତି ୨୦୨୦ର ଫଳ ପ୍ରକାଶ ପାଇଛି । ଏଥିରେ ଲଇଛଣପୁର ପ୍ରାଥମିକ ବିଦ୍ୟାଳୟର ଶୁଭପ୍ରୀତମ ପଣ୍ଡା ୮୭ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାବେଳେ ସରକାରୀ ସୋସୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିତୀରଞ୍ଜନ ନାୟକ ୮୫ମାର୍କ ରଖି ଦ୍ୱିତୀୟ, ତରାଗଡିଆ ପ୍ରାଥମିକ ବିଦ୍ୟାଳୟର ସ୍ୱାତୀକା ସାମଲ ୮୩ମାର୍କ ରଖି ତୃତୀୟ, ହାଟଡିହି ସରସ୍ୱତୀ ଶିଶୁମନ୍ଦିରର ସାର୍ଥକ ସୁବୁଦ୍ଧି ଓ ଅନନ୍ୟା ଜେନା ଉଭୟେ ୮୦ମାର୍କ ରଖି ଯଥାକ୍ରମେ ୪ର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ସେହିପରି ଚଣ୍ଡିବିରଞ୍ଚିପୁର ସେଣ୍ଟ ଜାଭିୟର ହାଇସ୍କୁଲର ଅଭିଜିତ କୁମାର ଧଳ ୭୯ମାର୍କ ରଖି ୬ଷ୍ଠ, ବେରୁଣପଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତୁଲ କୁମାର ଜେନା ୭୯ମାର୍କ ରଖି ୭ମସ୍ଥାନ ହାସଲ କରିଥିବା ହାଟଡିହି ବିଇଓଙ୍କ କାର୍ଯ୍ୟାଳୟରୁ ସୁଚନା ଦିଆଯାଇଛି ।