Odiapua.com

ତୃତୀୟ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ, ପ୍ରଥମ ଦିନରେ ଦୁଇଟି ମ୍ୟାଚ, ଇଷ୍ଟକୋଷ୍ଟ ରେଳବାଇ ଭଦ୍ରକ ଓ କଟକ ଜୁଭେନାଇଲ ବିଜୟୀ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ରେଳବାଇ ପଡ଼ିଆରେ ଆଜିଠାରୁ ତୃତୀୟ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣର୍ାମେଂଟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୨ଟି ମ୍ୟାଚ ଖେଳା ଯାଇଛି। ପ୍ରଥମ ମ୍ୟାଚରେ ଭଦ୍ରକ ଇଷ୍ଟକୋଷ୍ଟ ରେଳବାଇ ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଟକ ଜୁଭେନାଇଲ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚଟି ଇଷ୍ଟକୋଷ୍ଟ ରେଲୱେ ଓ ବାଲେଶ୍ୱରର ୟୁ ଆଣ୍ଡ ମି ଦଳ ମଧ୍ୟରେ ଖେଳା ଯାଇଥିଲା। ଟସ୍ ଜିଣି ରେଳବାଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୪୭ ରନ କରିଥିଲା। ଦଳ ପକ୍ଷରୁ ସଞ୍ଜିବ ଚୌଧୁରୀ ୫୪ ବଲ୍‌ରେ ସର୍ବାଧିକ ୯୦ ରନ୍ କରିଥିବା ବେଳେ ପ୍ରତିପକ୍ଷ ୟୁ ଆଣ୍ଡ ମି ଦଳର ପ୍ରାଣେନ୍ଦୁ ବେହେରା ୪ ଓଭରରେ ୨୧ ରନ ଦେଇ ୪ଟି ଉଇକେଟ ନେଇଥିଲେ। ୧୪୮ରନ୍‌ର ପିଛା କରି ଦ୍ୱିତୀୟରେ ବ୍ୟାଟିଂ କରିଥିବା ୟୁ ଆଣ୍ଡ ମି ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୩୯ ରନ କରିବାକୁ ସମର୍ଥ ହୋଇଥିଲା। ଫଳରେ ରେଳବାଇ ଦଳ ଏହି ମ୍ୟାଚକୁ ୮ ରନ୍‌ରେ ଜିତି ନେଇଥିଲା। ଦଳ ପକ୍ଷରୁ ରୋନାଲ୍‌ଡ ଦାସ ୩୧ ରନ କରିଥିବା ବେଳେ ରେଳବାଇ ଦଳର ନିହାର ଭୁୟାଁ ୪ଟି ଓ ଅବିନାଶ ସିଂ ୩ଟି ଉଇକେଟ ନେଇଥିଲେ। ସଂଜିବ ଚୌଧୁରୀଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଦ୍ୱିତୀୟ ମ୍ୟାଚ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ଓ ଜୁଭେନାଇଲ କଟକ ମଧ୍ୟରେ ଖେଳା ଯାଇଥିଲା। ଟସ୍ ଜିତି ରାମେଶ୍ୱର ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୧୮ ଓଭରରେ ୮ ଉଇକେଟ ହରାଇ ୧୩୮ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ନାଥ ୫୮ ରନ ଓ ଆକାଶ ପୋରେଲ ୨୪ ରନ କରିଥିଲେ। ଜୁଭେନାଇଲ ପକ୍ଷରୁ ରାମଚନ୍ଦ୍ର ବେହେରା ୪ ଓଭରରେ ୧୫ ରନ୍ ଦେଇ ୪ଟି ଓ ସୁମିତ ଶର୍ମା ୨ଟି ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଜୁଭେନାଇଲ ଦଳ ବ୍ୟାଟିଂ କରି ୧୭.୩ ଓଭରରେ ୪ ଉଇକେଟ ହରାଇ ୧୪୦ ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ୫୦ ଓ ସନ୍ଦିପ ମହାପାତ୍ର ୪୯ ରନ କରିଥିବା ବେଳେ ରାମେଶ୍ୱର ପକ୍ଷରୁ ଏମ୍‌. ଜି. ଗୋପାଲ ୨ଟି ଉଇକେଟ ନେଇଥିଲେ। ରାମଚନ୍ଦ୍ର ବେହେରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା।