Odiapua.com

ତୃତୀୟ ଦିନରେ ଵହିମେଳା : କୁଇଜ୍ ରେ ଗହଳି, ପାଠ୍ୟପୁସ୍ତକ ଷ୍ଟଲ୍ ରେ ଭିଡ଼

ପୁରୀ ୫-୧ (ଓଡ଼ିଆ ପୁଅ) ବହିମେଳା ର ତୃତୀୟ ଦିନରେ ଚନ୍ଦ୍ରବିଜୟୀଙ୍କ କୁଇଜ୍ ସହର ଓ ଗାଁ ର ଛାତ୍ର ଛାତ୍ରୀ ଙ୍କୁ ଆଜି ଜମେଇଦେଇଛି ମେଳା। ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ଆଜି ପାଠ୍ୟପୁସ୍ତକ ଷ୍ଟଲ୍ ଆଗରେ ଲଗାଇଛନ୍ତି ଲମ୍ବା ଲାଇନ।ଏଥିସହ ପଠନ ଟୁଙ୍ଗି ଓ ଚିତ୍ରକଳା ପ୍ରଦର୍ଶନୀ ରେ ଯୋଗଦେଇଥିଲେ ଅନେକ ପାଠକ। ଆଜି ସଂଧ୍ୟାରେ ସିଦ୍ଧ ମହାବୀର ସଂଗୀତ ପରିଷଦ ପକ୍ଷରୁ ଗୁରୁ ସତ୍ୟପ୍ରିୟ ମହାପାତ୍ରଙ୍କ ପରିଚାଳନା ରେ ଭକ୍ତି ସଂଗୀତ ପରିବେଷଣ ହୋଇଥିବା ବେଳେ, ମନୋଜ ରଥଙ୍କ ପରିଚାଳନା ରେ ଉତ୍କଳ ବିଦ୍ବତ ପରିଷଦ ପକ୍ଷରୁ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ଓ ଆଲୋଚନା ଚକ୍ର ‘ମୋ ସ୍ବପ୍ନ ର ପୁରୀ ‘ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଶ୍ରୀକଳାନିକେତନ ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ପକ୍ଷରୁ ସାହିତ୍ୟ ଆଲୋଚନା ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଗଣମାଧ୍ୟମ ସଂପାଦକ ବଦ୍ରି ମିଶ୍ର ଜଣାଇଛନ୍ତି।