Odiapua.com

ତୃତୀୟ ଓ ପଂଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ

ନୟାଗଡ଼, ୨୭ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ତୃତୀୟ ଓ ପଂଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ତୃତୀୟ ଶ୍ରେଣୀ ମେରିଟ୍ କମ୍ ସ୍କଲାରସିପ୍‌ରେ ୭ଜଣ ବୃତ୍ତିି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ମେରିଟ୍ ସ୍କଲାରସିପ୍‌ରେ ୭ଜଣ ବୃତ୍ତି ପାଇଥିବା ଜଣାପଡ଼ିଛି। ସେହିପରି ପଂଚମ ଶ୍ରେଣୀ ମେରିଟ୍ କମ୍ ପଭର୍‌ଟି ସ୍କଲାରସିପ୍‌ରେ ୭ଜଣ ବୃତ୍ତି ପାଇଥିବାବେଳେ ମେରିଟ୍ ସ୍କଲାରସିପ୍‌ରେ ୭ଜଣ ବୃତ୍ତି ପାଇଛନ୍ତି। ପଂଚମ ଶ୍ରେଣୀ ମେରିଟ୍ କମ୍ ପଭର୍‌ଟି ସ୍କଲାରସିପ୍‌ରେ ପିୟୂଷରାଜ ସାମନ୍ତସିଂହାର, ପ୍ରିୟାଂସୁ ପ୍ରିୟମ୍ ବିସୋଇ, ଆର୍ଯ୍ୟ ଅମନ୍ ଜେନା, ଓମ୍ ପ୍ରକାଶ ଭଞ୍ଜ, ରୋଜାଲିନ୍ ଲେଙ୍କା, ସାଇ ସ୍ୱରୂପ ପ୍ରିୟଦର୍ଶିନୀ, ଅର୍ପିତା ବେହେରା ଏବଂ ମେରିଟ୍ ସ୍କଲାରସିପ୍‌ରେ ପ୍ରତିଜ୍ଞା ଦାଶ, ଦେବାଶିଷ ବେହେରା, ସସ୍ମିତା ସାହୁ, ବିଶ୍ୱଜିତ୍ ସାହୁ, ଲୋପାମୂଦ୍ରା ନାୟକ, ଅୟସକାନ୍ତ ମହାପାତ୍ର ଓ ଆଶୁତୋଷ ମହାପାତ୍ର ବୃତ୍ତି ପାଇବାକୁ ଯୋଗ୍ୟତ ବିବେଚିତ ହୋଇଛନ୍ତି। ସେହିପରି ତୃତୀୟ ଶ୍ରେଣୀ ମେରିଟ୍ କମ୍ ପଭର୍‌ଟି ସ୍କଲାରସିପ୍‌ରେ ଶୁଭ ଶଙ୍କର ପରିଡ଼ା, ସାଇ ପ୍ରୟଙ୍କା ମିଶ୍ର, ରିତିକା ସ୍ନେହଦର୍ଶିନୀ, ନିରୂପମା ନାୟକ, ରୂଦ୍ରପ୍ରସାଦ ସାହୁ, ସାଇ ପ୍ରସାଦ ମହାନ୍ତି ଓ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚିନ୍ମୟ ଚିରାଗ୍ ସ୍ୱାଇଁ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲାବେଳେ ମେରିଟ୍ ସ୍କଲାରସିପ୍‌ରେ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ମିଶ୍ର, ଶ୍ରଦ୍ଧାସୂମନ, କେ ଦେବସ୍ମିତା, ବିଷ୍ଣୁ ଚରଣ ସାହୁ, ଦୀପ୍‌ଶିଖା ସାହୁ, ସୋମନାଥ ମହାନ୍ତି ଓ ସ୍ୱପ୍ନାଲିସା ମହାନ୍ତି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ନୟାଗଡ଼୍ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଚିଠି ନଂ ୨୧୮ ସଂଖ୍ୟାରେ ଜଣାପଡ଼ିଛି।