Odiapua.com

ତୃଣମୂଳ ସ୍ତରର ବିଜେପି କର୍ମୀଙ୍କୁ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ବିଶ୍ୱାସକୁ ନେଇପାରୁନାହାନ୍ତି, ବେକଫୁଟରେ ବିଜେପି

କଳାହାଣ୍ଡି- ୨୯.୦୩ (ଓଡିଆ ପୁଅ) ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ର ଆଭ୍ୟନ୍ତରୀଣ ଅସନ୍ତୋଷ ସେତେ ବଢିବାରେ ଲାଗିଥିବାର ଆଲୋଚନା ହେଉଛି। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ କଳାହାଣ୍ଡିର ପାଞ୍ଚଟି ଏବଂ ନୂଆପଡାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପରିସରଭୁକ୍ତ ହୋଇଥିବା ବେଳେ ଉଭୟ ଜିଲ୍ଲାର ଭୌଗୋଳିକ ସ୍ଥିତି ଏପରିକି ଉଭୟ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅଳଗା। ଗତ ୨୦୧୪ ପଂଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେପି ବିପୁଳ ବିଜୟ ଲାଭ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଆଶୀର୍ବାଦରେ ଖୋଦ ବିଜେପି ରାଜ୍ୟ ସଭାପତି ଥିବା ନୂଆପଡା ଜିଲ୍ଲାରେ ବିଜେପିର ଶୋଚନୀୟ ପରାଜୟ ହୋଇଥିଲା। ସେହିଦିନୁ ନୂଆପଡାରେ ବିଜେପିର ସ୍ଥିତି ଖରାପ ହେବାକୁ ଲାଗିଲା ଏବଂ ରାଜ୍ୟ ସଭାପତି କଳାହାଣ୍ଡି ଲୋକସଭା ଆସନ ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଣକ୍ୟ ନୀତି ଆପଣାଇ ଗୋଟି ଚାଲନା କରିବାକୁ ଲାଗିଥିଲେ। ଏନେଇ ଗଣମାଧ୍ୟମରେ ପୂର୍ବାଭାସ ପ୍ରକାଶ ପାଇଥିଲା ଯାହାକି ସତ୍ୟରେ ପରିଣତ ହୋଇଛି। ଏକଥା ସତ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ବିଜେପିର ସାଂଗଠନିକ ବ୍ୟବସ୍ଥା ଏକପ୍ରକାର ସୁସଂଗଠିତ ଥିବା ବିଜେପି କାର୍ଯ୍ୟକର୍ତା ମହଲରେ ଦାବି ହେଉଛି। ହେଲେ ବିଜେପି ରାଜ୍ୟ ସଭାପତି କେବଳ ନିଜ ରାଜନୈତିକ ମର୍ଯ୍ୟାଦା ହାସଲ କରିବା ପାଇଁ ଦଳୀୟ ସ୍ୱାର୍ଥକୁ ଜଳାଞ୍ଜଳି କରିଦେଇଥିବା ଅଭିଯୋଗ ହେଉଛି। ଦଳୀୟ ସ୍ଥିତି ଯାହା ହେଉ ନିଜେ ତ ଲୋକସଭା ପ୍ରାର୍ଥୀ ହୋଇ ମାନ୍ୟବର ମୋଦିଜୀଙ୍କ ପ୍ରତି ଥିବା ଆସ୍ଥା ଲହରରେ ଜିତି ଯିବାର ସ୍ୱପ୍ନ ଦେଖୁଥିବାର ଆଲୋଚନା ହେଉଛି। ରାଜ୍ୟ ସଭାପତି ଥିବା ବିଜେପି ଲୋକସଭା ପ୍ରାର୍ଥୀଙ୍କ ଚକ୍ରାନ୍ତ ଏବଂ ନିଜ ର୍ପ୍ରାର୍ଥୀତ୍ୱ ହାସଲ ପାଇଁ ଦଳୀୟ ସ୍ୱାର୍ଥକୁ ଜଣାଞ୍ଜଳି ଦେଇଥିବା ଘଟଣାକୁ କଳାହାଣ୍ଡିର ସାଧାରଣ ଜନତା ମଧ୍ୟ ଠିକ ଭାବେ ବୁଝି ପାରିଥିବା ଏବଂ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ମୋଦି ଲହରରେ ଜିତିଯିବାର ଯେଉଁ ପରିକଳ୍ପନା ଓ ରାଜ୍ୟ ସଭାପତିଙ୍କ ଗଣନା ସଂପୂର୍ଣ୍ଣ ଭାବେ ଭୂଲ ପ୍ରମାଣିତ ହେବ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ନୂଆପଡା ବିଧାୟକ ଥିବା ବେଳେ ଗତ ପଂଚାୟତ ନିର୍ବାଚନରେ ପରାଜୟ ହେବା ଭଳି ଆଗାମୀ ନିର୍ବାଚନରେ ହାରିଯିବା ଭୟରେ ଯେଣତେଣ ପ୍ରକାରେ ଦଳ ବୁଡିଯାଉ ଏବଂ ମିଶନ ୧୨୦ ଲକ୍ଷ୍ୟ ସଫଳ ହେଉ କି ନହେଉ ନିଜେ ତ ମୋଦି ଲହରରେ ସାଂସଦ ହୋଇ ଦିଲ୍ଲୀ ଚାଲିଯିବାର ଚିନ୍ତା କରି ସେ ଯେଉଁ ଚକ୍ରାନ୍ତକାରୀ ଗୋଟି ଚାଲନା କରିଥିଲେ ସେହି ଚକ୍ରାନ୍ତ ଯୋଗୁଁ ହିଁ ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିବ ବୋଲି ଆଲୋଚନା ହେଉଛି। ନୂଆପଡାରେ ହାରିବା ଏକପ୍ରକାର ସୁନିଶ୍ଚିତ ଥିବାର ଆଶଙ୍କା କରି ହାରିଲେ ମଧ୍ୟ ସାଂସଦ ଭାବେ ହାରିବା ଶ୍ରେୟସ୍କର ବୋଲି ଗଣନା କରି ସେ କଳାହାଣ୍ଡି ଲୋକସଭା ଆସନ ଉପରେ ଲୋଲୁପ ଦୃଷ୍ଟି ଦେଇଥିବା ଅଭିଯୋଗ ହୋଇଛି।

ଏପରିକି ଅତୀତରେ ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତେ କିଛି ମିଲର୍ସ ମାନଙ୍କ ସପକ୍ଷରେ ବିଭାଗୀୟ ପଦାଧିକାରୀ ମାନଙ୍କୁ ଚାପ ପକାଇ ଚାଷୀ ଶୋଷଣକାରୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅନ୍ୟ ପକ୍ଷରେ କଳାହାଣ୍ଡି ର ସମସ୍ତ ବିଧାୟକ ଆସନରେ ପ୍ରାର୍ଥିୀ ଚୟନରେ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି। ସମଗ୍ର ପାଞ୍ଚଟି ଯାକ ବିଜେପି ପ୍ରାର୍ଥୀ କର୍ମୀ ମହଲରେ ଗ୍ରହଣୀୟ ହୋଇପାରୁନଥିବା ବେଳେ ସେଥିପାଇଁ ରାଜ୍ୟ ସଭାପତିଙ୍କୁ ହିଁ ସମସ୍ତେ ଦୋଷ ଦେଉଥିବା ଆଲୋଚନା ହେଉଛି। ଅବଶ୍ୟ ପ୍ରାର୍ଥୀମାନେ ବାଧ୍ୟ ହୋଇ ନିଜ ନିଜ ସକ୍ଷମ ଅନୁସାରେ ନିର୍ବାଚନ ଲଢୁଥିବାର ଦେଖାଯାଉଛି। ଜିତିବା ସମ୍ଭାବନା ଥିବା ପ୍ରାର୍ଥୀ ବଦଳରେ ନିଜର ଲୋକସଭା ପ୍ରାର୍ଥୀତ୍ୱ ପ୍ରତି ବିପଦ ଆସୁନଥିବା ଭଳି ପ୍ରାର୍ଥୀ ଚୟନ କରାଯାଇଥିବା ବେଳେ କର୍ମୀ ଓ ନେତା ମହଲରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ଯାହାକି ଆଗାମୀ ଦିନରେ ଏହି ଅସନ୍ତୋଷ ତୀବ୍ରତର ହେଲେ ଲୋକସଭା ଆସନରେ ପରାଜୟ ସୁନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଆଗାମୀ ଅପ୍ରେଲ ଏକ ତାରିଖ ଦିନ ମାନ୍ୟବର ପ୍ରଧାନ ମନ୍ତୀ ମୋଦିଜୀ ଏବଂ ପରେ ଅମିତ ଶାହା ଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିବାକୁ ନେଇ କଳାହାଣ୍ଡିରେ ବିଜେପିର ସ୍ଥିତି ଠିକ ନଥିବା ସାଧାରଣରେ ସ୍ପଷ୍ଟ ହୋଇଯାଇଛି। ସାଧାରଣ ଜନତାଙ୍କ ସୁଖରେ ଦୁଃଖରେ ସଦା ସର୍ବଦା ମୋଦୀଜୀ କିମ୍ବା ଅମିତ ଶାହା ଜୀ ରହିବେ କି ସ୍ଥାନୀୟ କର୍ମୀ ନେତା ରହିବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କଳାହାଣ୍ଡିର ତୃଣମୂଳ ସ୍ତରର କର୍ମୀ ନେତା ମାନଙ୍କୁ ବିଶ୍ୱାସକୁ ନେଇନପାରି କେନ୍ଦ୍ର ମନ୍ତ୍ରୀଙ୍କ ସହେଯାଗରେ ମୋଦୀଜୀ ଓ ଶାହାଜୀଙ୍କ ଗସ୍ତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ଯୋଜନାକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି। କେବଳ ପଶ୍ଚିମ ଓଡିଶାର ରାଜ୍ୟ ସଭାପତି ଭାବେ ପରିଚିତ ଲୋକସଭା ପ୍ରାର୍ଥୀଙ୍କ ଚାଣକ୍ୟ ଭାବେ ଗୋଟୀ ଚାଲନା ପଦାରେ ପଡିଯାଇଥିବା ଏବଂ ସ୍ଥାନୀୟ ତଥା ତୃଣମୂଳ ସ୍ତରର ନେତା କର୍ମୀଙ୍କୁ ବିଶ୍ୱାସକୁ ନେଇ ପାରୁନଥିବା ଘଟଣା ଆଗାମୀ ଦିନରେ ସାଂସଦ ନିର୍ବାଚନରେ ମହଙ୍ଗା ପଡିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ମୋଟ ସାତଟି ବିଧାନସଭା କ୍ଷେତ୍ର ମଧ୍ୟରୁ ମାତ୍ର ଗୋଟିଏ ଦୁଇଟିରେ ବିଜେପିର ସ୍ଥିତି ଆଗୁଆ ଥିବା ବେଳେ ସାଂସଦ ପ୍ରାର୍ଥୀ କିପରି ଭାବେ ଜିତିବାର ଯୋଜନା କରୁଛନ୍ତି ତାହା ସାଧାରଣରେ ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ଘଟଣାରୁ ସାଂସଦ ପ୍ରାର୍ଥୀ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁତ୍ୱ ନଦେଲେ ମଧ୍ୟ କେନ୍ଦ୍ରୀୟ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କରି ନିର୍ବାଚନ ବୈତରଣି ପାର ହୋଇଥିବାର ଯୋଜନା କରୁଥିବାର ଆଲୋଚନା ହେଉଛି।