Odiapua.com

ତୃଟିପୂର୍ଣ୍ଣ ଆବାସ ତାଲିକା ପ୍ରତିବାଦ, ବାଲିପୋଖରୀ ପଞ୍ଚାୟତ କାର୍ଯ୍ୟାଳୟରେ ପଡିଲା ତାଲା

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତରେ ତୃଟିପୂର୍ଣ୍ଣ ଆବାସ ତାଲିକାକୁ ବିରୋଧ କରି ଆଶାୟୀ ଅବେଦନକାରୀମାନେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିବା ଜଣାଯାଇଛି। ପୂର୍ବରୁ ଅନଲାଇନରେ ଉପଲବ୍ଧ ତାଲିକାରେ ଥିବା ବହୁ ନାମ ୨୪ ତାରିଖରେ ପ୍ରକାଶିତ ତାଲିକାରୁ ବହୁ ଆବେଦନକାରୀ ବାଦ ପଡି ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରି କାରଣ ଜାଣିବାକୁ ଚାହିଁଥିଲେ।ସନ୍ତୋଷଜନକ ଉତ୍ତର ନମିଳିବାରୁ ବିଡିଓଙ୍କୁ ଯୋଗଯୋଗ କରି ବିଫଳ ହେବା ପରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ପିଇଓ ଓ ବିଡିଓ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି କଟାଯିବା ସମ୍ପର୍କରେ ଉତ୍ତର ରଖିଲେ ତାଲା ଖେଲାଯିବ ବୋଲି ଆଶାୟୀ ଆବେଦନକାରୀମାନେ ପ୍ରକାଶ କରିଛନ୍ତି। ବ୍ଲକ କାର୍ଯ୍ୟାଳୟର ତୃଟିପୂର୍ଣ୍ଣ କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିଛି ବୋଳି ସରପଞ୍ଚ ଅକ୍ଷୟ କୁମାର ତ୍ରିପାଠୀ ମତପ୍ରକାଶ କରିଛନ୍ତି। ଏଥିନେଇ ବିଡିଓଙ୍କୁ ବାରମ୍ବାର ଯୋଗଯୋଗ କରାଯାଇଥିଲେ ହେଁ ଉତ୍ତର ମିଳିନଥିଲା।