Odiapua.com

ତୁଳସି ପାହଡରେ ଗୁଳିବିନିମୟ,ଦୁଇ କ୍ୟାର୍ଡର ମାଓନେତ୍ରୀ ସହ ଜଣେ ପୁରଷ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ

ମାଲକାନଗିରି, ୧୨ା୧୦ (ଓଡିଆ ପୁଅ ) ମାଥିଲି ଥାନାସ୍ଥ ମହୁପଦର ପଚାଂୟତ ମାଓଗଡ ଭାବେ ପରିଚିତ ତୁଳସୀ ପାହଡରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦୁଇଜଣ କ୍ୟାର୍ଡର ମହିଳା ମାଓବାଦୀ ସହ ଜଣେ ପୁରଷ ମାଓବାଦୀ ଟଳିପଡିଥିବା ବେଳେ ମାଓକ୍ୟାମ୍ପରୁ ବନ୍ଧୁକ ଗୋଳାବାରୁଦ ଜବତ ହୋଇଛି।

ତୁଳସୀ ପାହଡରେ ଗୁପ୍ତ ଭାବେ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ମାଲକାନଗିରି ଏସପି ପ୍ରହ୍ଲାଦ ସାଇ ମୀନାଙ୍କ ନେତୃତ୍ୱରେ ଏସଓଜି, ଡିଭିଏଫ ଯବାନ ମାନେ ସେଠାକୁ କୁମ୍ବିଂ ଅ‌ପରେସନରେ ଯାଇଥିଲେ। ତୁଳସୀ ପାହଡରେ ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚଳାଇ ଥିଲେ ତା’ ପଲଟା ଜବାବରେ ଯବାନ ମାନେ ମଧ୍ୟ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ବହୁସମୟ ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳି ମାଡରେ ତିନିଜଣ ମାଓବାଦୀଙ୍କର ମୃତ୍ୟୁ ଘଟିବା ପରେ ଅନ୍ୟମାଓବାଦୀ ମାନେ ଯବାନ ମାନଙ୍କୁ ମୁକାବିଲା କରି ନପାରି ଜଙ୍ଗଲରେ ଛତ୍ରଭଙ୍ଗଦେଇ ଲୁଚିପଳାଇଥିଲେ। ପରେ ଯବାନମାନେ ସର୍ଚଅପରେସନ କରିବାରୁ ଜଙ୍ଗଲରୁ ପୋଷାକ ଧାରି ଦୁଇଜଣ କ୍ୟାର୍ଡର ମାଓବାଦୀ ଓ ଅନ୍ୟଜଣେ ପୁରୁଷ ମାଓବାଦୀଙ୍କ ମୃତ ଶରୀର ମିଳିଛି।

ମାଓକ୍ୟାମ୍ପରୁ ଦୁଇଟି ବନ୍ଧୁକ, ଗୋଳାବାରୁଦ ସହ ଅନେକ ଗୁଡାଏ ମାଓ ସାମଗ୍ରୀକୁ ପୁଲିସ ଜବତ କରିଛି। ମୃତ ତିନିଜଣ ମାଓବାଦୀଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କ ପୋଷକ ଓ ମିଳିଥିବା ବନ୍ଧୁକରୁ ଯାହା ଜଣାପଡୁଛି କ୍ୟାର୍ଡର ମାଓବାଦୀ ହୋଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରି ସେମାନଙ୍କ ପରିଚୟ ଖୋଜା ଆରମ୍ଭ କରିଦେଇଛି।

ସେହି ଜଙ୍ଗଲରେ ଗୁଳି ବିନିମୟରେ ଅଧିକ ମାଓବାଦୀ ମୃତାଆହତ ହୋଇଥାଇପାରନ୍ତି ବୋଲି ସନ୍ଦେହରେ ପୁଲିସ ପକ୍ଷରୁ ସର୍ଚଅପରେସନ ଚାଲିଛି। ଏହି କ୍ୟାମ୍ପରେ ଦରଭାଡିଭିଜନ ଓ ତୁଳସି ମାଓକମଟି ଲିଡର ସୁନିଲ ଙ୍କ ସହିତ ଅନେକ ମାଓନେତା ଖସି ଯାଇଥିବାର ଜଣାପଡିଛି।