Odiapua.com

ତୁଲସୀ ମହିଳା କଲେଜରେ ସୂଚନା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର

କେନ୍ଦ୍ରାପଡ଼ା ୧୯ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ରଞ୍ଜିତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଆଇନଜୀବୀ ଚିତ୍ତରଞ୍ଜନ ବେହେରା ଅତିଥି ଭାବରେ ଯୋଗଦେଇ ଏହି ଆଇନର ଉପଯୋଗିତା ଓ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ରିସୋର୍ସପର୍ସନ ଭାବେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଯୋଗଦେଇ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଏହି ଆଇନ ବଳରେ ସୂଚନା ପାଇବା ପାଇଁ କିଭଳି ଆବେଦନ କରିବେ ଓ ସୂଚନା ପ୍ରାପ୍ତ ହେବେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଭିତ୍ତିକ ସୂଚନା ପ୍ରଦାନ କରି ସଚେତନ କରାଇଥିଲେ। କଲେଜ ଜାତୀୟ ସେବା ଯୋଜନା ଅଧିକାରିଣୀ ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା ଶିବିରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।