Odiapua.com

ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ: ୨୫୦ ରୁ ଅଧିକ ମୃତ୍ୟୁ

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ତୁର୍କୀ ଏବଂ ସିରିଆରେ ଏକ ଭୟଙ୍କର ଭୂମିକମ୍ପ ହୋଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସୋମବାର ସକାଳେ ଦକ୍ଷିଣ-ପୂର୍ବ ତୁର୍କୀ ଏବଂ ସିରିଆରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପରେ ଅନେକ କୋଠା ଭୁଶୁଡି ପଡିଥିଲା। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କର୍ମଚାରୀମାନେ ଅଳିଆ ଆବର୍ଜନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ଆଂଶିକ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ଭିତରେ ଫସି ରହିଥିବା ଲୋକମାନେ ରାସ୍ତାରେ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳୁଛି। କାଇରୋ ପର୍ଯ୍ୟନ୍ତ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ସିରିଆ ସୀମାଠାରୁ ୯୦ କିଲୋମିଟର ଦୂରରେ ଥିବା ଗାଜିଆଣ୍ଟେପ୍ ସହରର ଉତ୍ତରରେ ଥିଲା। ଏହି ଭୂମିକମ୍ପରେ ହଜାର ହଜାର ଲୋକ ଆହତ ହୋଇଛନ୍ତି ୧୯୯୯ ରେ ଉତ୍ତର ପଶ୍ଚିମ ତୁର୍କୀରେ ଏକ ଶକ୍ତିଶାଳୀ ଭୂମିକମ୍ପରେ ପ୍ରାୟ ୧୮, ୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।