Odiapua.com

ତୁର୍କୀ ଯିବେନି ମୋଦି

ନୂଆଦିଲ୍ଲୀ,୨୦/୧୦,(ଓଡ଼ିଆ ପୁଅ ପି ନାୟକ): ତୁର୍କୀ ଗସ୍ତ କରିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏହି ଗସ୍ତ ବାତିଲ କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ,  ତୁର୍କୀର ରାଷ୍ଟ୍ରପତି ରିଜେବ ତୈୟପ ଅର୍ଦୋଆନ ସେପ୍ଟେମ୍ବରରେ ମିଳିତ ଜାତିସଂଘର ବୈଠକରେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିଥିଲେ । ଏହାଛଡା ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ଅନ୍ତରାଷ୍ଟ୍ରୀୟ ସଂସ୍ଥା ଫାଇନାନ୍ସିଆଲ ଟାକ୍ସ ଫୋର୍ସର ପ୍ୟାରିସ ବୈଠକରେ ମଧ୍ୟ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା । କାଶ୍ମୀର ପ୍ରସଙ୍ଗରେ ତୁର୍କୀର ଏଭଳି ଆଭିମୁଖ୍ୟ ପାଇଁ ପ୍ରଧାନମନ୍ତ୍ରୀ ତୁର୍କୀ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଅକ୍ଟୋବର ୨୭ ଓ ୨୮ରେ ସାଉଦି ଆରବରେ ମେଗା ଇଭେଣ୍ଟ ସମ୍ମିଳନୀ ପରେ ମୋଦିଙ୍କ ତୁର୍କୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା ।