Odiapua.com

ତୁରୁମୁଙ୍ଗା ଥାନା ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା – ପୁଣି ଦୁଇ ଶିକ୍ଷକଙ୍କ ଘରୁ ଲୁଟ

ପାଟଣା ୩୦-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) :- ପୁଣି ଦୁଇ ଶିକ୍ଷକଙ୍କ ଘରୁ ଲୁଟ। ଟାର୍ଗେଟରେ ଶିକ୍ଷକଙ୍କ ଘର। ଲୁଟେରାଙ୍କ ଟେର ପାଉନି ପୋଲିସ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ ଶୁକ୍ରବାର ବିଲମ୍ବିତ ରାତିରେ ଖିରେଇଟାଙ୍ଗିରି ଗ୍ରାମର ଦୁଇଜଣ ଶିକ୍ଷକଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା। ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଖିରେଇଟାଙ୍ଗିରି ଗ୍ରାମର ଦୁଇ ଶିକ୍ଷକ ଜଗବନ୍ଧୁ ନାଏକ ଓ ନିତ୍ୟାନନ୍ଦ ମହାନ୍ତଙ୍କ ଘରେ ପଶି ଦୁର୍ବୁତ୍ତ ମାନେ ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିବା ସହିତ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାର ତଦନ୍ତ କରୁଛି। ତୁରୁମୁଙ୍ଗା ଥାନା ଅଞ୍ଚଳରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇ ବାରମ୍ବାର ଚୋରି ହୋଉଥିବା ବେଳେ ଲୁଟେରା ଙ୍କ ଟାର୍ଗେଟ ଏବେ ଶିକ୍ଷକଙ୍କ ଘର ଥିବା ଚର୍ଚ୍ଚା ହୋଉଛି ଗତ ଗୁରୁବାର ତୁରୁମୁଙ୍ଗା ଗ୍ରାମରେ ଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ବେଳେ ପୁଣି ଗତକାଲି ଖିରେଇଟାଙ୍ଗିରି ଗ୍ରାମର ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଓ ଜଗବନ୍ଧୁ ନାଏକ ଙ୍କ ଘରୁ ଲୁଟ ହେଇଥିବାରୁ ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଏ ଅଞ୍ଚଳରେ ଚୋରି ଏତେ ମାତ୍ରା ରେ ବଢ଼ିଛି ଯେ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୁଇ ଦିନ ମଧ୍ୟରେ ତିନି ତିନିଟା ଘରୁ ଚୋରି କୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ଖୁବ ଶୀଘ୍ର ଚୋର ଙ୍କୁ ଧରିବା ସହିତ ରାତ୍ର କାଳୀନ ପେଟ୍ରୋଲିଂ କୁ କଡାକଡି କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।