Odiapua.com

ତୁରୁମୁଙ୍ଗାରେ ସ୍ବେଚ୍ଛାକୃତ ରକ୍ତ ଦାନ ୩୩ ୟୁନିଟ ରକ୍ତ ସଂଗ୍ରହ

ପାଟଣା -୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା କମ୍ୟୁନିଟି ହଲ ଠାରେ ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଶିଳ୍ପପତି ପ୍ରତାପ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଅଖିଳ ନାଏକ ଡ଼ଃ ଯୋଗେନ୍ଦ୍ର ନାଏକ, ବଳଭଦ୍ର ନାଏକ, ସନ୍ତୋଷ ବାରିକ, ଭକ୍ତବନ୍ଧୁ ବେହେରା, ଧ୍ୟାନ ବେହେରା, ହରେକୃଷ୍ଣ ମହାନ୍ତ, ରମେଶ ଚନ୍ଦ୍ର ନାଏକ, ଗୋପାଳକୃଷ୍ଣ ସାହୁ ଯୋଗଦେଇ ଥିଲେ।

ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବ୍ଲଡ଼ ବ୍ୟାଙ୍କ ତରଫରୁ ଡ଼ଃ ରମାକାନ୍ତ ମୁଣ୍ଡା ପି.ଆର.ଓ ଅକ୍ଷୟ କୁମାର ସାହୁ, ଲ୍ୟାବ ଟେକ୍ନିସିଆନ୍ ଗୌରୀ ଶଙ୍କର ମଲ୍ଲିକ, ଓ ହେମାରଞ୍ଜନ ବାରିକ ଙ୍କ ସହାୟତା ରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।