Odiapua.com

ତୁରନ୍ତ ଦାବୀ ପୂରଣ ନ କଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି

ଟିଟିଲାଗଡ ୨୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଉପଖଣ୍ଡକୁ ବିଗତ ୨୫ ବର୍ଷ ଧରି ବାରମ୍ବାର ଟିଟିଲାଗଡ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ଦୃଢ଼ ଦାବି ହୋଇ ଆସୁଛି। ଏପରି କି ପୂର୍ବରୁ ଉତ୍କଟ ଗ୍ରୀଷ୍ମପ୍ରବାହ ଓ ଜଳ ସ୍ତର ହ୍ରାସ ଯୋଗୁଁ ସାଧାରଣ ଲୋକ ପାନୀୟ ଜଳ ଯୋଗାଣ ସହ ଏହି ଉପଖଣ୍ଡ କୁ ଜିଲ୍ଲାର ମାନ୍ୟତା ପ୍ରଦାନ ଦାବି ହୋଇ ଦୀର୍ଘ ଦିନ ଧାରଣା ଦିଆଯାଇ ଥିଲା ।ଉକ୍ତ ସମୟ ରେ ବ୍ୟାପକ ଜନଆନ୍ଦୋଳନ ସହ ପୋଡା ଜଳା ସହ ଅନେକ ପରିମାଣରେ କ୍ଷୟକ୍ଷତି ଘଟିଥିଲା।ଏପରି କି ପ୍ରଶାସନ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ଗିରଫ ସହ ୧୪୪ ଧାରା ଜାରି କରାଯାଇଥିଲା। ହେଲେ ନିକଟସ୍ଥ ତେଲ ନଦୀ ରୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲା କିନ୍ତୁ ଜିଲ୍ଲା ମାନ୍ୟତା ଦାବି ପୂରଣ ହୋଇ ପାରି ନ ଥିଲା। ତେବେ ସବୁ ଦୃଷ୍ଟି କୋଣ ରୁ ଏହି ଟିଟିଲାଗଡ ଜିଲ୍ଲା ପାଇଁ ଉପଯୁକ୍ତ ହୋଇ ଥିଲେ ବି ସରକାର ନିରବ ଦ୍ରଷ୍ଟା ସାଜିଥିବା ନେଇ ତୀବ୍ର ଜନ ଅସନ୍ତୋଷ ବଢି ଚାଲିଛି। ଗତ ୧ ତାରିଖରୁ ଉପଖଣ୍ଡ ର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ତାଲା ବନ୍ଦ କରିବା ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଛି। ଯଦ୍ବାରା ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ଠପ ହୋଇ ଯାଇଛି। ହେଲେ ରାଜ୍ୟ ସରକାରଙ୍କ ନୀରବତା ଯୋଗୁଁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ ଅନୁଷ୍ଠାନ ଏହି ଆନ୍ଦୋଳନ ରେ ନିୟମିତ ଭାବରେ ସାମିଲ ହୋଇ ଆସୁଛନ୍ତି। ଏ ନେଇ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଦୃଢ ଦାବି ହେବା ସହ ଆଗାମୀ ଦିନରେ ଆବଶ୍ୟକ ହେଲେ ଆନ୍ଦୋଳନ କରିବା କୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି।