Odiapua.com

ତୁଣ୍ଡ ବାଇଦ…….

– ଦେବପ୍ରସାଦ ମିଶ୍ର
ପାଞ୍ଚଟି ରାଜ୍ୟରେ ସଦ୍ୟ ନିର୍ବାଚନ ପ୍ରକାଶିତ ହୋଇ ନିର୍ବାଚନ ଫଳାଫଳ ଅନୁଯାୟୀ ୩ ଗୋଟି ପଡୋଶୀ ରାଜ୍ୟରେ କଂଗ୍ରେସ ସରକାର ଗାଦିରେ ବସୁ ବସୁ ତାଙ୍କ ରାଜ୍ୟରେ ଚାଷୀ ବା କୃଷଙ୍କକ ଋଣ ଭାରମୁକ୍ତ କରିବା ସହିତ ଧାନର ସହାୟକ ମୂଲ୍ୟକୁ ମଧ୍ୟ କେତେ ବଢାଇ ଦେଲେଣି ପଡୋଶୀ ଆସାମ ସରକାର ମଧ୍ୟ ଋଣ ଛାଡ କଲେଣି, ଏଠାରେ ଆମ ରାଜ୍ୟରେ ବିଜେଡି ସରକାର ଶାସନରେ ଦୀର୍ଘ ୧୮ ବର୍ଷ ମଧ୍ୟ ରହି ଏ ଚାଷୀ, କୃଷି ସମସ୍ୟା ଉପରେ ଆଶାନୁରୂପକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନେବାରୁ ଚାଷୀ ଆନ୍ଦୋଳନ ତାଙ୍କର ସମସ୍ୟା, ଦାବି ପ୍ରମୁଖ ଏକ ମୁଖ୍ୟ ସମସ୍ୟା ହୋଇ ସରକାରଙ୍କ ଆଗରେ ଠିଆ ହୋଇଛି ଏବଂ ଏହି ଚାଷୀମାନେ ହିଁ ଆସନ୍ତା ୨୦୧୯ ନିର୍ବାଚନରେ ରାଜ୍ୟ ନିର୍ବାଚନରେ ମୁଖ୍ୟ ଭୁମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ ବୋଲି ନିର୍ବାଚନ ସମୀକ୍ଷକ ଓ ଚିନ୍ତାଶୀଳ ବ୍ୟକ୍ତି ମତ ଦେବା ଆରମ୍ଭ କଲେଣି, ଚାଷୀଙ୍କ ପାଇଁ ଏକ କମିଟି ଗଠନ କରି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଂସଦଭବନ ଘେରାଉ କାର୍ଯ୍ୟକ୍ରମର କୌଣସି ପ୍ରଭାବ ଚାଷୀ ସଂଗଠନ ଉପରେ କି ବିଜେଡିର ଆସନ୍ତା ନିର୍ବାଚନ ଉପରେ ପଡିବ ନାହିଁ ବୋଲି ସାଧାରଣରେ ଆଲୋଚନା। ଯେଉଁ ବିଜେଡି, ଚାଷୀ ଆତ୍ମହତ୍ୟା ବେଳେ ତାକୁ ସ୍ୱୀକାର ନକରି ପ୍ରେମଜନିତ, ପାରିବାରିକ, ମଦପିଇ ଆଦି ନାନା ପ୍ରକାର କଟା ଘାରେ ଚୁନ ଦେଲାଭଳି ମନ୍ତବ୍ୟ ଦେଇ ଚାଷୀ କୂଳକୁ ପରିହାସ କରି ତାକୁ ହେୟଜ୍ଞାନ ମନେ କରିଥିଲେ ଆଜି ଭୋଟ ଆସୁଥିବା ଓ ଅନ୍ୟାନ୍ୟ ରାଜ୍ୟର ଚାଷୀମାନଙ୍କ ଋଣ ଛାଡକୁ ଦେଖି ଚାପରେ ଚାଷୀ ସମସ୍ୟା ଉପରେ ଚାଷୀକୂଳକୁ ସୁହାଇଲା ଭଳି ପଦକ୍ଷେପ ନେବାକୁ ଆଜି ନହେଲେ କାଲିକି ବାଧ୍ୟ ହେବ ଏକଥା ମଧ୍ୟ ଲୋକେ ରାସ୍ତାଘାଟରେ ଆଲୋଚନା କଲେଣି।

କେତକ ଆଲୋଚନାକାରୀଙ୍କ ମତରେ ଖାଲି ଚାଷୀମାନଙ୍କ ଉପରୁ ଋଣ ଛାଡ କରିଦେଲେ ଏ ସମସ୍ୟାର ସମାଧାନ ହୋଇଯିବନି କି ସବୁଦିନ ପାଇଁ ଏ ଅଡୁଆ ରହିବ ନାହିଁ, ତା ନୁହଁ କୃଷିର ଉନ୍ନତି ପାଇଁ ଜଳସେଚନ ଓ କୃଷିବିଭାଗକୁ ଉନ୍ନତ କରିବାକୁ ପଡିବ କୃଷିବିଭାଗକୁ ତଳଠାରୁ ଉପର ପର୍ଯ୍ୟନ୍ତ ସବୁଠାରେ ଆଧୁନିକ ବା ବୈଜ୍ଞାନିକ ପଦ୍ଧତିରେ ସଜାଡିବାକୁ ପଡିବ ଯେଉଁ ଚାଷୀ ଯେ କୌଣସି ସମସ୍ୟା ନେଇ କୃଷି ଅଧିକାରୀଙ୍କ ପାଖୁ ଗଲେ ତାର ସମସ୍ୟା ଯେପରି ଅବିଳମ୍ବେ ସମାଧାନ ହେବ ତା ପ୍ରତି ଦୃଷ୍ଟି ଦେବାକୁ ପଡିବ ଅଫିସର ଏ.ସି ରେ ବସି କାଲିଆସ ଦେଖିବା, ଘଟଣା ସ୍ଥଳକୁ ଦିନ ଧାର୍ଯ୍ୟ କରିଯିବା.ଆଜି ବିହନ ନାହିଁ, କାଲି ସାର ନାହିଁ.କେଉଁ ଔଷଧରେ ପୋକ ମରିବେ ଆମେ ପରିକ୍ଷା କରି ରିପୋର୍ଟ ପାଇଲେ ଦବୁ ଏପରି କରିବାକୁ ତୁରନ୍ତ ବନ୍ଦ କରାଯାଉ, କୃଷି କ୍ଷେତ୍ର କର୍ମଚାରୀ ଅଧିକ ତତ୍ପର ହେବା ଦରକାର ନଚେତ ଟଙ୍କାକିଆ ଚାଉଳ ଦେବା ଯୋଜନା ପରି ଲୋକେ ଆହୁରି କର୍ମ କୋଢିରୁ ପୁରା ବେକାର ହୋଇଯିବେ। ଚାଉଳ କେଜିକୁ ଟଙ୍କେରେ ଦେଇ ଲୁଣ କେଜିକୁ କୋଡିଏ ଏପରି ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଇ ଗରିବ ଲୋକଙ୍କୁ ଭଣ୍ଡାଇ ଯେଉଁ ଭୋଟ ହାତଉଥିଲେ ତାର ପ୍ରଭାବ ଆଉ ଆସନ୍ତା ନିର୍ବାଚନରେ ପଡି ନପାରେ କାରଣ ବର୍ତ୍ତମାନ ଟଙ୍କିକିଆ ଚାଉଳ ନେବା ବାଲା ଦେଖିଲାଣି ଯେ, ଦିନେ କାମକୁ ଗଲେ ୧୦୦ ରୁ ୪୦୦ ମିଳିଲାଣି ଏମାନେ ନାନା ପ୍ରକାର କାମ କରି ଅନେକ ରୋଜଗାର କଲେଣି କାହିଁକି ଟଙ୍କିକିଆ ରେ ନାମ ଲେଖାଇବା ତା ଦ୍ୱାରା ମାନସମ୍ମାନ ହାନୀ ହେଉଛି ବୋଲି ଭାବିଲେଣି। ଆଲୋଚନାରେ ଭାଗ ନେଇ ଜଣେ ବୟସ୍କ ଅବସର ପ୍ରାପ୍ତ କର୍ମଚାରୀ କହିଲେ ରାଜ୍ୟସରକାର ଅସୁମାରି ଯୋଜନା କରି ଦେଖିଲେ ଓ ଜାଣିବାକୁ ପାଇଲେ ଯେ, ଏ ଯୋଜନା ମାନ ଗାଁ ଗହଳ ବିଶେଷ କରି ଅନୁନ୍ନତ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଆସନ୍ତା ନିର୍ବାଚନରେ ଗ୍ରାମାଞ୍ଚଳ ଭୋଟର ଓ ଗ୍ରାମାଞ୍ଚଳର କର୍ମୀ, କୁଜି ନେତାଠାରୁ ଆରମ୍ଭ କରି ସରପଞ୍ଚ ଆଦି ମୁଖ୍ୟଙ୍କୁ ଆଜିଠାରୁ ହାତକୁ ଆଣିବାକୁ ହେଲେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ପଞ୍ଚାୟତକୁ ଶହଶହ କୋଟି ଟଙ୍କା ଭିଡିଓ କନଫରେନସିଂ ମାଧ୍ୟମରେ ସରକାର ବାଣ୍ଟି ଚାଲିଛନ୍ତି ଏବଂ ଧର୍ମକୁ ଆଖିଠାର ମାରିବା ପରି ଓଡିଶା ଜନ ଶସକ୍ତି କରଣ ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟୀ ପିଠା ଯୋଜନାର କାର୍ଯ୍ୟାନୁୟନ ଦିଗରେ ଦୃଷ୍ଟି ରଖିବା ପାଇଁ ଏକ ସମନ୍ନିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ପଞ୍ଚାୟତ ଏବଂ ଗ୍ରାମ ସ୍ତରରେ ବ୍ୟାପକ ଜନ ସଚେତନତା ଏବଂ ସେବା ଯୋଗାଣ ନିଶ୍ଚିତ କରିବାକୁ ପ୍ରତ୍ୟକ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ମାନଙ୍କୁ ଏହାର ମଙ୍ଗ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଅର୍ଥାତ ଡିସେମ୍ବର ୧୫ ତାରିଖ ଠାରୁ ଏ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି, ସେଥିରୁ ପ୍ରଥମରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆରମ୍ଭରୁ ସେଠାରେ ଥିବା ମହିଳା ସ୍ୱୟଂ ସେବା ସଂସ୍ଥାକୁ ଆବଶ୍ୟକଠାରୁ ଅଧିକ ଟଙ୍କା ମଞ୍ଜୁର କରାଇ ମହିଳା ଭୋଟ ଓ ସ୍ୱୟଂ ସହାୟୀକା ଗୋଷ୍ଠୀର ମହିଳାମାନଙ୍କ ଭୋଟ ହାତେଇବା ଉଦ୍ୟମ ଆରମ୍ଭ ହୋଇଗଲାଣି।ଡିସେମ୍ବର ୧୫ ରୁ ଏ ଯୋଜନା କାର୍ଯ୍ୟକାରୀ ହେଲାଣି ଦେଖାଯାଉ ଭୋଟ ସମୟ ବେଳକୁ ସରକାର ପ୍ରତ୍ୟକ ପଞ୍ଚାୟତକୁ ଦେଇଥିବା ଅର୍ଥର କେତେ ଲୋକ ବିଭିନ୍ନ ଯୋଜନାରେ ଉପକୃତ ହେଉଛନ୍ତି କେତେ ମିଥ୍ୟା ବିଲ କରାଯାଇ ବିଲ କର୍ମୀ, ନେତା, କୁଜିନେତା ନେଇଛନ୍ତି ଓ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଜଣାପଡିବ ବେକାରୀ ବାର୍ଦ୍ଧକ୍ୟ ଭତ୍ତା ମଧୁବାବୁ ଯୋଜନାରେ, ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ହରିଲୁଟ ଓ କନ୍ଧମାଳରେ ଏବର୍ଷ ଜଣେବି ବାର୍ଦ୍ଧକ୍ୟ ବା ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି। ସରକାର ଏ ସବୁ ଲୋକପ୍ରିୟ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟ କରିଛନ୍ତି ସେଥିପାଇଁ ଧନ୍ୟବାଦର ପାତ୍ର ତଥାପି ଏହା ବାଟମାରଣା ହେଉଥିବାର ଅଭିଯୋଗ ହେଉଛି ରାଜ୍ୟସରକାର ଏ ସବୁ ଯୋଜନାରେ ସ୍ୱୀକୃତ ହୀତାଧିକାରୀଙ୍କ ନାମ ଠିକଣା ଆଧାର ନମ୍ବରକୁ ନେଟ ଜରିଆରେ ପ୍ରକାଶ କଲେ ସମସ୍ତଙ୍କ ସନ୍ଦେହ ଦୁରୀଭୂତ ହୁଅନ୍ତା ସମାଲୋଚନା କରିବାକୁ କେହି ସାହାସ କରନ୍ତେ ନାହିଁ ବୋଲି ଲୋକେ ପ୍ରକାଶ କରୁଛନ୍ତି। ଆଉ ଗୋଟିଏ ଗୋଷ୍ଠୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ଉପରେ ଆଲୋଚନା କରି କହୁଥାନ୍ତି ୬୦ ଦଶନ୍ଧିରୁ ପଶ୍ଚିମ ଓଡିଶାରେ ମରୁଡି ଯୋଗୁଁ ପ୍ରତିବର୍ଷ ସେ ସବୁ ଅଞ୍ଚଳରୁ ପ୍ରାୟ ଲକ୍ଷାଧିକ ଲୋକ ଇଟାଗଢା ଓ ଅନ୍ୟାନ୍ୟ କୃଷି କାମରେ ଦାଦନ ଖଟିବାକୁ ଯାଇ ଦଲାଲଙ୍କ ହାବୁଡାରେ ପଡି ନିର୍ଯ୍ୟାତିତ ହୋଇ ବିକଳାଙ୍ଗ ହୋଇ ଫେରୁଛନ୍ତି କିଏ ଦୈନିକ ମାଡ ଗାଳି ଖାଇ ଦିନକରେ ଥରେ ରୁଟି ଖଣ୍ଡେ ଖାଇ ପେଟ ବିକଳରେ ପଡିଛି ତ କାହା ପିଲାଛୁଆ ହୋଟେଲରେ ଅଇଁଠା ବାସନ ମାଜୁଛି, କାହାକୁ ମାଲିକ ହାତଗୋଡ ବାନ୍ଧି ହାତ କାଟି ଦେଲାଣି ତ କାହାକୁ ପଇସା ମାଗିବାରୁ ତା ଉପରକୁ ଏସିଡ ମାଡ କରିଲାଣି କାହାର ହାତ ପାପୁଲି କାଟିଲାଣି କି କାହା ପିଲାଙ୍କୁ ଅବୈଧ କାର୍ଯ୍ୟରେ ଲଗାଇଲେଣି କେତେ ଜିଲ୍ଲାରୁ କେତେ ଦାଦନ ଗଲେ ତାର ହିସାବ ପ୍ରଶାସନ ପାଖରେ ନଥାଏ ଦାଦନ ମାଡ ଖାଇଲା କି ମଲା କି ମାଡରେ ଆହାତ ହୋଇ ଗୁରୁତର ହେଲେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ପ୍ରଶାସନ ଦିନକ ପାଇଁ ତତ୍ପର ହୁଏ ଓଡିଶାର ମୁଖ୍ୟ ଦାଦନ ଖଳାହେଲା ଗୁଜୁରାଟ ର ସୁରଟ ୭ ଲକ୍ଷ ଓଡିଆ ବିଶେଷ କରି ଗଞ୍ଜାମ ଜିଲ୍ଲାରୁ ଯାଇ ସେଠି ଦାଦନ ଖଟନ୍ତି ଅସ୍ୱାସ୍ଥକର ପରିବେଶରେ ରହି ମାରାତ୍ମକ ରୋଗ ନେଇ ନିଜ ରାଜ୍ୟକୁ ଫେରନ୍ତି।ଆମ ରାଜ୍ୟରେ ସେହି ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୧୮ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି। ଦୀର୍ଘଦିନ ହେଲା କୃଷିରେ ଯେପରି ଅବହେଳା ଶ୍ରମ ବିଭାଗରେ ସେପରି ଅଚଳାବସ୍ଥା ରାଜ୍ୟରେ ଥିବା ଘରୋଇ ଉଦ୍ୟୋଗ ବା କଳକାରଖାନା ଏପରିକି ସମ୍ବାଦପତ୍ର ସଂସ୍ଥାମାନ ମଧ୍ୟ ଏହି ଶ୍ରମ ବିଭାଗର ଅଧୀନରେ, ମାଲିକ ସମ୍ବାଦପତ୍ର କର୍ମଚାରୀଙ୍କ ମଧ୍ୟରେ ବିବାଦ ଉପୁଜିଲେ ଶ୍ରମ ବିଭାଗକୁ ଯାଅ.ଶ୍ରମ ବିଭାଗରେ ନତୁଟିଲେ ଶିଳ୍ପ ବିବାଦ ଟ୍ରାଇବୁନାଲାକୁ ଯାଅ ସେଠି ଯେଉଁ ଇଣ୍ଡଷ୍ଟ୍ରିଆଲ ଟ୍ରାଇବୁ୍ନାଲ ଭୁବନେଶ୍ୱରରେ ଅଛି ତାର ଯିଏ ପ୍ରିଜାଇଡିଂ ଅଫିସରେ ଅଛନ୍ତି ସେଠି ଘନ ଘନ ବଦଳି ସେଠି ତାଙ୍କ ପକ୍ଷେ ସେଠାରେ ବର୍ଷେ ରହିବା କଷ୍ଟକର ସବୁ ଅଫିସର ଯାହାର ଅବସରକାଳୀନ ସମୟ ଆସେ ତାଙ୍କୁ ସେଠାକୁ ପଠାଯାଏ ଏଠି ଗୋଟିଏ ଶିଳ୍ପ ବିବାଦ ଘଟଣା ମାଲିକ ଓ କର୍ମଚାରୀଙ୍କ ସାକ୍ଷ ବୟାନ ନେବାକୁ ବର୍ଷ ବର୍ଷ ଲାଗିଯାଏ, ଯେଉଁ କର୍ମଚାରୀ ନ୍ୟାୟ ପାଇଁ ଏଠାକୁ ଆସେ, ସିଏ ମଲାର ବର୍ଷେ ଦିବର୍ଷ ପରେ ନ୍ୟାୟ ପାଏ ଏଠାରେ ନ୍ୟାୟ ପାଇବାକୁ ୧୦ ବର୍ଷରୁ ଉର୍ଦ୍ଧ ସମୟ ଲାଗୁଛି ବର୍ତ୍ତମାନ ବି ସେଠାରେ କର୍ମଚାରୀଙ୍କ ଆପତ୍ତିର ବୟାନ ସରିବା ପରେ ମାଲିକଙ୍କ ବୟାନ ପାଇଁ ଶହଶହ ମାମଲା ପଡିରହିଛି। ଏଥିପାଇଁ ଶିଳ୍ପ ବିଭାଗ କି ଶ୍ରମ ବିଭାଗ କି ସରକାର ଏହାର ଅନୁସଂଧାନ କି ସମୀକ୍ଷା କରନ୍ତି ନାହିଁ ଭୋଟ ପାଇଁ ଜଣେ ଶ୍ରମିକ ନେତାଙ୍କୁ ଶ୍ରମିକ ସଂଗଠନର ଦାୟିତ୍ୱ ଦିଆ ଯାଇଛି, ସେବି ଏସବୁ ଘଟଣା ଜାଣନ୍ତିନି ମୋଟ ଉପରେ କୃଷକଙ୍କ ପରି ଶିଳ୍ପ ଶ୍ରମିକଙ୍କର ଅବସ୍ଥା ସେହିପରି ଘରୋଇ ଶିଳ୍ପ ସଂସ୍ଥାରେ ଚାକିରୀ କରି ଶ୍ରମିକ ଟିଏ ପ୍ରୋଭିଣ୍ଡେଣ୍ଟ ଫଣ୍ଡରୁ ଯେଉଁ ସାମାନ୍ୟ ଅର୍ଥ ଅବସରକାଳୀନ ପେନସନ ପାଏ ଜୀବନ ସାରା ସେତିକି ପାଉଥାଏ ଅନ୍ୟ ଚାକିରିଆ ସରକାରଙ୍କ ବର୍ଦ୍ଧିତ ଡିଏ ସମୟକୁ ସମୟ ପାଉଥିବା ବେଳେ ଏମାନେ ପଇସାଟିଏ ବି ପାନ୍ତିନାହିଁ ଏମାନେ ବିପିଏଲ ବାଲାଙ୍କ ଠାରୁ ବି ହୀନ।ଆସନ୍ତା ନିର୍ବାଚନରେ ଏ ଘରୋଇ ଶିଳ୍ପସଂସ୍ଥାର କର୍ମଚାରୀ ଉଭୟ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ପ୍ରତି ହେଉଥିବାର ଦୀର୍ଘ ଦିନର ଅନ୍ୟାୟର ଠିକଣା ଜବାବ ଦେବେ।

ଓଡିଶାରୁ ଦାଦନ ଖଟିବାକୁ ଯାଉଥିବାରୁ ଏ ଲଜାକୁ ବିଜୁବାବୁ ଅନ୍ୟାୟ ଓ ଲଜ୍ୟା ଅନୁଭବ କରି ନିଜେ ଚୌଦ୍ୱାରଠାରେ କଳିଙ୍ଗଟ୍ୟୁବ୍ସ ପରେପରେ ସେଠାରେ ଓଟିଏମ୍, ଇମଫା ପରି ବଡ ବଡ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେଲା। ଓଟିଏମ୍ ପ୍ରତିଷ୍ଠା ପରେ ଚୌଦ୍ୱାରରେ ହଜାର ହଜାର ଶ୍ରମିକ ଏ କାରଖାନାରେ କାମ ପାଇଲେ ସେଠାରେ ଓଟିଏମ୍ କଲୋନୀ ପ୍ରତିଷ୍ଠା ହେଲା, ଓଟିଏମ୍ର କପଡା ଦେଶ ବିଦେଶରେ ଏତେ ନାମ କଲା ଯେ ବିଭିନ୍ନ ସହରରେ ଏହାର କେନ୍ଦ୍ର ଖୋଲିଲା ତେବେ ଏହା ପରିଚାଳନା ଗତ ତ୍ରୁଟି ଯୋଗୁଁ ବନ୍ଦ ହେଲା ପରେ ସେଠାରେ ଏବେ ସେ କର୍ମଚାରୀ ମାନେ ଦାଣ୍ଡର ଭିକାରୀ, ସେମାନଙ୍କ ମଧ୍ୟରୁ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ ଲୋକ ଭୋକ ଉପାସରେ ମଲେଣି। ବିଜୁବାବୁ ଚୌଦ୍ୱାରକୁ ଓଡିଶାର ଶିଳ୍ପକେନ୍ଦ୍ରରେ ପରିଣତ କରିବା ପାଇଁ ଯୋଜନା କରି ସେଠାରେ ପାଣି, ରାସ୍ତା, ରେଳ ଯୋଗାଯୋଗ ଖଣି ଖାଦାନରୁ ଖଣି ଆଣିବାର ସମସ୍ତ ବ୍ୟବସ୍ଥା କରି ସେଠି ଶ୍ରମିକଙ୍କୁ କୁଶଳୀ କରିବା ପାଇଁ ଆଇ.ଟି.ଆଇ ସ୍କୁଲ କଲେଜ ମଧ୍ୟପ୍ରତିଷ୍ଠା କରିଥିଲେ ବଂଶୀଧର ପଣ୍ଡା, ଇଲା ପଣ୍ଡାଙ୍କୁ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପ୍ରତିଶ୍ରୁତିରେ ନିଜ କଳିଙ୍ଗ ଟ୍ୟୁବ୍ସକୁ ମଧ୍ୟ ବିକିଥିଲେ ନବୀନ ବାବୁ, ବିଜୁ ବାବୁଙ୍କ ସ୍ୱପ୍ନ କୁ ପୁରା କରିବା କଥା କହି ଲୋକଙ୍କଠାରୁ ଭୋଟ ଭିକ୍ଷା କରୁଥିବା ବେଳେ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶ ବିଦେଶରେ ଶତାଧିକ ମେଳା ମଉଜରେ ଯେତିକି ଖର୍ଚ୍ଚ କରିଲେଣି ତହିଁରେ ଓଟିଏମ୍ ପରି ଅନେକ ସଂସ୍ଥା ପୁଣି ମୁଣ୍ଡ ଟେକି ପାରନ୍ତା ଖଣି ଲୁଟେରାଙ୍କୁ ଯେତିକି ଏ ସରକାର ଛାଡି ଦେଇଛି ତହିଁରେ ଓଟିଏମ୍ ପରି କର୍ମନିୟୋଗ ଅନେକ ସଂସ୍ଥା ହୋଇ ପାରିଥାନ୍ତା ଓଡିଶାରେ ସୁରଟ ପରି ଆମ ରାଜ୍ୟକୁ ଲୋକେ ଦାଦନ ହୋଇ କର୍ମ ସଂସ୍ଥାନରେ ଆସନ୍ତେ, ଗତ ଦୁଇଟି ନିର୍ବାଚନରେ ବିଜେଡି ବିଧାୟକ ଏଠାରେ ଖୁବ ଶିଘ୍ର ଓଟିଏମ୍ ଖୋଲିବ ବୋଲି କହି ଭୋଟ ହାତେଇଥିବା ବେଳେ ଆସନ୍ତା ନିର୍ବାଚନରେ ଏଠାରେ ଏହି ଓଟିଏମ୍ ସମସ୍ୟାକୁ ନେଇ ବିଜେଡି ପ୍ରାର୍ଥୀ ସମସ୍ୟାର ସମ୍ମୁଖୀନ ହେବେବୋଲି ଟାଙ୍ଗୀ, ଚୌଦ୍ୱାର, ଆଠଗଡ, ବଡମ୍ବା, କଟକ, ଢେଙ୍କାନାଳ ଲୋକେ ଆଜିଠାରୁ କହିବୁଲିଲେଣି। ଓଡିଶାରେ କଞ୍ଚାମାଲ ଖଣିଜ ସଂପଦ ଭରପୁର ଥିବା ବେଳେ ରାଜ୍ୟ ସରକାର ନିଜେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନିଜର କଳକାରଖାନା ପ୍ରତିଷ୍ଠା ନ କରି ବାହାର ଲୋକଙ୍କୁ ଏଠାରେ କାରଖାନା ବସାଇବା ପାଇଁ ଡାକିବା ଶୋଭାପାଉନାହିଁ। ଅତୀତରେ ଗୋଟିଏ ଲୁହା କମ୍ପାନୀ ଓଡିଶାରୁ ଲୁହା ପଥର ଶାଗ, ମାଛ ଦରରେ ନେଇ ଆଜି ବିଶ୍ୱବିଖ୍ୟାତ କମ୍ପାନୀ ହୋଇପାରିଲା ପଶ୍ଚିମ ଓଡିଶାରେ କପା ପାଇଁ ମଣ୍ଡି ନଥିବାରୁ କୋଟି କୋଟି ଟଙ୍କାର କପା ନଷ୍ଟ ହେଉଛି, ଅନ୍ୟ ଦିନେ ବାହାର ବେପାରୀ ଆମ ଚାଷୀଙ୍କଠୁ କମ ଦରରେ ନେଇ ଲାଭବାନ ହେଉଛନ୍ତି।

ଅନ୍ୟ ଦୃଷ୍ଟିରୁ ଦେଖିଲେ ପଡୋଶୀ ଛତିଶଗଡ, ଆନ୍ଧ୍ର ଆମ ରାଜ୍ୟର ପାଣିକୁ ବନ୍ଧାଇ ଡର୍ଜନେରୁ ଉର୍ଦ୍ଧ ବ୍ୟାରେଜ କରି ଜଳସେଚନ ବିଦ୍ୟୁତ ଉତ୍ପାଦନ କରି ଛତିଶଗଡ, ଆନ୍ଧ୍ର ତାଙ୍କ ଅଧିବାସୀ, ଚାଷୀ ଓ କୃଷକ ଓ କଳକାରଖାନାକୁ ପାଣି ଦେଉଥିଲା ବେଳେ ଆମ ରାଜ୍ୟରେ ଚାଷୀଙ୍କ କୃଷିଜାତ ଦ୍ରବ୍ୟ ବିକ୍ରି ପାଇଁ ଧାନ, ମକ୍କା, କପା, ପାଇଁ ମଣ୍ଡି ନାହିଁ ଶହଶହ ଚାଷୀ ମଣ୍ଡିରେ ବିକ୍ରି ପାଇଁ ଧାନ ଆଦି ଦୀର୍ଘଦିନ ବିକ୍ରି ପାଇଁ ପକାଇ ରଖି ମିଲର ଓ ଅନ୍ୟମାନେ ତାକୁ ନ ନେବାରୁ ପେତାଇରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପାଇଁ ସାହାଯ୍ୟ ଦେବେ ବୋଲି କହୁଛନ୍ତି। ଏପରି ଆହୁରି ଅନେକ କଥା ଲୋକଙ୍କ ମଧ୍ୟରେ ଆଲୋଚନା, ତେବେ ଚାଷୀ, ବେକାରୀ.ଅବସରପ୍ରାପ୍ତ ବୟସ୍କ ନାଗରିକ, ଯୁବଗୋଷ୍ଠୀ, ଶ୍ରମିକ, ମଧ୍ୟବିତ୍ତଙ୍କ ସମସ୍ୟାକୁ ନେଇ ବର୍ତ୍ତମାନର ସରକାର ନାନା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଲୋଚନା ହେଲାଣି ଏ ପ୍ରକାର ଆଲୋଚନା ସମାଲୋଚନା ପ୍ରତି ଆଲୋଚନା ଆଜିଠାରୁ ସବୁ ଆଡେ ଆରମ୍ଭ ହୋଇଗଲାଣି। ଏ ହେଲା ଜନତାଜନାର୍ଦ୍ଦନ ଭୋଟରଙ୍କ ତୁଣ୍ଡ ବାଇଦ ଏହାର ଓଜନ ବହୁତ, ଆର ବେଗ ପବନର ବେଗଠାରୁ ଅଧିକ ନିମିଶକ ମଧ୍ୟରେ ଦରିଦ୍ର ନାରାୟଣଙ୍କ ପାଖେ ପହଞ୍ଚିଯାଏ। ନିର୍ବାଚନ ହାଓା ବହିଲେ ଏ ତୁଣ୍ଡ ବାଇଦ ବାଜିଥାଏ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮