Odiapua.com

ତୀର୍ଥ ଯାତ୍ରୀ ବସ ଉପରେ ପଥର ପଡ଼ି ୭ ମୃତ

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବଦ୍ରିନାଥ ହାଇୱେ ଉପରେ ମୁମ୍ବାଇରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଲାମବଗଡ଼ଠାରେ ପାହାଡ଼ରୁ ଏକ ବଡ଼ ପଥର ଖଣ୍ଡ ବସ୍ ଉପରେ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଏନଡିଆରଏଫ୍, ପୋଲିସ, ପ୍ରଶାସନ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ବସଟି ବଦ୍ରିନାଥରୁ ଯୋଶିମଠ ଫେରୁଥିଲା। ଏଥିରେ ପାଖାପାଖି ୧୪ଜଣ ଯାତ୍ରୀ ଥିଲେ।

ବର୍ତ୍ତମାନ ସୁଦ୍ଧା ୯ଜଣ ଆହତ ଯାତ୍ରୀଙ୍କୁ ପାଣ୍ଡକେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଏବଂ ମ୍ତକଙ୍କର କୌଣସି ପରିଚୟ ମିଳିପାରିନାହିଁ। ପାହାଡ଼ରୁ ଲଗାତାର ପଥର ଖଣ୍ଡ ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ରେ ବାଧା ଉପୁଜୁଛି। କଟର ସାହଯ୍ୟରେ ପଥରଗୁଡ଼ିକୁ କଟାଯାଉଛି।