Odiapua.com

ତିହିଡ଼ି ସାଗରଦୁଲ୍ଲଣୀ ମହାଲକ୍ଷ୍ମୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା, ଏବେବି ଲୋକକଳାର ଆଦର ରହିଛି

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶେଣୀପୁର ଠାରେ ଚାଲିଥିବା ସାଗରଦୁଲ୍ଲଣୀ ମହାଲକ୍ଷ୍ମୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ପଦାର୍ପଣ କରିଛି। ଆୟୋଜିତ ସଭାକୁ ସମ୍ବାଦିକ ହେମନ୍ତ ସିଂହ ସଭାପତିତ୍ୱ କରି କହିଲେ, ଏହି ଆଧ୍ୟାତ୍ମିକ ପୀଠ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆକର୍ଷିତ ହୋଇ ଆସି ନିଜର ମନୋବାଞ୍ଛା ପୂରଣ କରୁଛନ୍ତି। ସେବକ ଅବିନାଶ ଦାସ ତାଙ୍କ ଅଭିଭାଷଣରେ ପୀଠର ମାହାତ୍ମ୍ୟ ବର୍ଣ୍ଣନା କରିବା ସହିତ ମା’ଙ୍କ ପ୍ରତି ଅଟୁତ ଭକ୍ତି ରହିଲେ ମାନବ ଯେ କୌଣସି ବିପଦରୁ ଉଦ୍ଧାର ପାଇ ପାରିବ ବୋଲି କହିବା ସହିତ ଧୀରେଧୀରେ ମା’ଙ୍କ ମହିମା ଚର୍ତୁଦିଗରେ ପରିବ୍ୟପ୍ତ ହେବାରେ ଲାଗିଛି। ମା ନିଜେ ସ୍ୱୟଂ ପ୍ରକଟିତ ହୋଇ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି କହିଥିଲେ। ଅତିଥି ଭାବେ ସମାଜସେବୀ ନାରାୟଣ କବି, ସୁଦର୍ଶନ ମଲ୍ଲିକ, ଦାଶରଥୀ ବାରିକଳ କାର୍ତ୍ତିକ ଭୋଇ ଯୋଗଦେଇ ମା ସାଗରଦୁଲଣୀ ପୀଠର ମାହାତ୍ମ୍ୟ ଉପରେ ଆଲୋକପାତ କରିବା ସହିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ବିଶ୍ୱରଞ୍ଜନ ପଣ୍ଡା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକକଳାକାର ପାଲା ଗାୟକ ବାଣୀଶ୍ରୀ ଗଣେଶ ଦାସ ନିଜର ସ୍ୱତନ୍ତ୍ର ଶୈଳୀର ପାଲା ପରିବେଷଣ କରି ଜନମାନସକୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ବାଦକ ଭାଗିରଥୀ ଦାସ, ସଙ୍ଗୀତରେ ରତିକାନ୍ତ ସାହୁ, ବୀରେନ୍ଦ୍ର ପାଣ୍ଡବ, କାଳନ୍ଦୀ ନାୟକ, ଭରତ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହଯୋଗରେ ଉଚ୍ଚକୋଟୀର ପାଲା ପରିବେଷଣ କରାଯାଇଥିଲା। ଏହି ଅବସରରେ ପୀଠ ତରଫରୁ ସମ୍ବର୍ଦ୍ଧିତ ପ୍ର୍‌ତିଭା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ମାନପତ୍ର, ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମୀପ୍ରିୟା ବାରିକ, ଅଞ୍ଜନା ବାରିକ, ପ୍ରମିଳା ବାରିକ, ରାଜୀବ ସାମଲ, କାଳନ୍ଦୀ ବାରିକ, ନିହାର ରଞ୍ଜନ ସାହୁ, ବୁଲୁ ବାରିକ, ଚନ୍ଦନ ବାରିକ, ଅମର ବାରିକ, ଅମୂଲ୍ୟ ବାରିକ ପ୍ରମୁଖ ସହଯୋଗ କରିଥିଲେ।