Odiapua.com

ତିହିଡ଼ି ବ୍ଲକ ୯ନମ୍ବର ଜୋନରେ ବିଜେଡିର ମହାମିଶ୍ରଣ ପର୍ବ, ପୂର୍ବତନ ୨ଜଣ ସମିତିସଭ୍ୟଙ୍କ ସମେତ ଶତାଧିକ କର୍ମୀ ସାମିଲ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ୯ନମ୍ବର ଜୋନରେ ବିଜେଡିର ମହା ମିଶ୍ରଣ ପର୍ବ ପୀରହାଟ ଠାରେ ଥିବା ବିଜେଡି କାର୍ଯ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ୨ଜଣ ପୂର୍ବତନ ସମିତିସଭ୍ୟଙ୍କ ସମେତ ନିର୍ବାଚନ ମଣ୍ଡଳୀ ଅଧୀନ ୯ନମ୍ବର ଜୋନରେ ଥିବା ୯ ପଞ୍ଚାୟତର ଶତାଧିକ କର୍ମୀ ଅନ୍ୟ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ । ବିଜେଡିରେ ସାମିଲ ହୋଇଥିବା ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ବାରସର ସେବା ସମବାୟ ସମିତି ସଭାପତି ମାନସ ରଂଜନ ନାୟକ ଓ ବାମନବିନ୍ଧା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ ପାଢ଼ୀ ଏହି ଅବସରରେ କହିଥିଲେ ଯେ, ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟଙ୍କ କାର୍ଯ୍ୟ ଦକ୍ଷତା ଓ ବିକାଶ ମୂଳକ କାର୍ଯ୍ୟ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳର ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମାନଗମନ, କୃଷିର ଉନ୍ନତି ପାଇଁ ସଂକଳ୍ପବଦ୍ଧ । ସେ ଷଷ୍ଠଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଭାବେ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଚାନ୍ଦବାଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ, ଜିଲା ପରିଷଦ ସଭ୍ୟ ପ୍ରିନସ ରାକେଶ ନାୟକ ଓ ଅମୂଲ୍ୟ କୁମାର ମାଝୀ, ରାଜ୍ୟ ପରିଷଦ ସଦସ୍ୟା ଇଂ ସ୍ୱର୍ଣ୍ଣଲତା ନାୟକ, ବରିଷ୍ଠ ନେତା ବୈଲୋଚନ ନାୟକ, ବିପିନ ରାଉତ, ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ ଓ ପ୍ରଭାତ ମିଶ୍ର, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ବିଶ୍ୱାଳ ଓ ଅମର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ରମଣ ରଞ୍ଜନ ମହାନ୍ତି, ଇନ୍ଦ୍ରମଣି ବାରିକ, ବିନୋଦ ବାରିକ, ଆନନ୍ଦ ବାରିକ, ଅବିନାଶ ମହାକୁଡ, ପ୍ରକାଶ ପାଣ୍ଡବ, ବାସନ୍ତୀ ପରିଡ଼ା, ସୁଦାମ ମହାକୁଡ, ଅକ୍ଷୟ ମଳିକ, ନରହରି ମଳିକ, ଅଭୟ ପରିଡା, ମହେଶ୍ୱର ବେହେରା, ପଞ୍ଚାନନ ପରିଡା, ହରିହର ଦାସ, ନୀଳମଣି ମଳିକ, ନିରାକାର ପରିଡା, କହ୍ନେଇ ଦାସ, ଅମର ଦାସ, ଗୋପିନାଥ ବାରିକ ପ୍ରମୁଖ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଏବଂ ବିଧାୟକ ଡ.ରାୟଙ୍କ ଦୃଢ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ଏହି କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା କହିଥିଲେ । ବିଧାୟକ ଡ.ରାୟ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଜେଡି ନେତା ବିପିନ ରାଉତ ଦଳୀୟ ସାଂଗଠନିକ ନେତୃତ୍ୱ ନେଉଛନ୍ତି । ବରିଷ୍ଠ ନେତା ନୃସିଂହ ମହାକୁଡ, ହରିଶ୍ଚନ୍ଦ୍ର ବାରିକ, ହିମାଦ୍ରୀ ମିଶ୍ର, ଅଜୟ ରାଉତ, ଲିଙ୍ଗରାଜ ନାୟକ, ଅଜୟ ବଳ, ଦେବେନ୍ଦ୍ର ମହାକୁଡ, କରୁଣାକର ମହାନ୍ତି, କେଦାର ମହାପାତ୍ର, ପ୍ରଦୀପ ମିଶ୍ର, ଲକ୍ଷ୍ମୀକାନ୍ତ ବଳ, ନୀଳକଣ୍ଠ ନାୟକ, ଦୀନବନ୍ଧୁ ମହାକୁଡ଼, ନୀଳମଣି ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।